Thursday , February 2 2023
Breaking News
Home / ତାଜା ଖବର / ଜଗତସିଂହପୁର : ୨ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ

ଜଗତସିଂହପୁର : ୨ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ

ଜଗତସିଂହପୁର ୨୯/୧୧/୨୦୨୨(ଓଡ଼ିଶା ସମାଚାର)- ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୨ ଅଭିଯୁକ୍ତକୁ ଫାଶୀ ଦଣ୍ଡ ପ୍ରଦାନ କରିଛନ୍ତି ଜଗତସିଂହପୁର ଜିଲ୍ଲା ସ୍ୱତନ୍ତ୍ର କୋର୍ଟ । ୨୦୧୪ ମସିହାର ଏକ ମାମଲାର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କୋର୍ଟ । ଏହି ମାମଲାରେ ୪ ଜଣ ଅଭିଯୁକ୍ତ ଯଡ଼ିତ ଥିଲେ। ସେମାନଙ୍କ ମଧ୍ୟରେ ୨ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତଙ୍କୁ ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।ପ୍ରମାଣ ଅଭାବରୁ ଅନ୍ୟ ଦୁଇ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଦୁଇ ଦୋଷୀ ହେଲେ ସେକ୍ ଆସିଫ ଓ ସେକ ଅକିଲ ।

 ୨୦୧୪ମସିହାରେ ତିର୍ତ୍ତୋଲ ଥାନା ଅଞ୍ଚଳରେ ଘଟିଥିଲା ନାରକୀୟ କାଣ୍ଡ । ୮ ବର୍ଷର ନାବାଳିକା ଦୋକାନରୁ ଚକୋଲେଟ ନେଇ ଫେରୁଥିବାବେଳେ ଅଭିଯୁକ୍ତମାନେ ନାବାଳିକାକୁ ଉଠାଇନେଇ ଦୁଷ୍କର୍ମ କରିଥିଲେ । ପରେ ସେମାନେ ତାଙ୍କୁ ହତ୍ୟା କରିଥିଲେ। ଏନେଇ ପୋଲିସ ପକ୍ଷରୁ ୩୦୨, ୩୭୬, ୩୭୬(ଡି) ଇତ୍ୟାଦି ଦଫାରେ ଦୀର୍ଘ ୮ ବର୍ଷ ଧରି ମାମଲା ଚାଲିଥିଲା। ମଙ୍ଗଳବାର ଏହାର ଶୁଣାଣି କରି ପୋକ୍ସୋ ଅଦାଲତ ୨ ଅଭିଯୁକ୍ତଙ୍କୁ ମୃତ୍ୟ ଦଣ୍ଡରେ ଦଣ୍ଡିତ କରାଯାଇଛି ବୋଲି ସରକାରୀ ଓକିଲ ଦୋଳଗୋବିନ୍ଦ ଦାଶ କହିଛନ୍ତି।

Leave a Reply

Your email address will not be published.