Thursday , February 2 2023
Breaking News
Home / ତାଜା ଖବର / ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିଛି , ଯାତାୟତ ଠପ୍

ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିଛି , ଯାତାୟତ ଠପ୍

କୋରାପୁଟ ୨୯/୧୧/୨୦୨୨(ଓଡ଼ିଶା ସମାଚାର)- ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ବା ଫଳରେ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହୋଇଛି । କୋରାପୁଟ-ଆନ୍ଧ୍ର ସଂଯୋଗ କରୁଥିବା ଜାତୀୟ ରାଜପଥରେ ଘଟିଛି ଏହି ସଡ଼କ ଦୁର୍ଘଟଣା । ମଙ୍ଗଳବାର ଦିନ ସକାଳ ସମୟରେ ଏକ ଗ୍ୟାସ୍ ଟ୍ୟାଙ୍କର ଭାରସାମ୍ୟ ହରାଇ ପଟାଙ୍ଗି ବ୍ଳକ୍ ରାଲେଗଡ଼ା ନିକଟ ରାଜୁଗୁଡ଼ାରେ ଓଲଟି ପଡିଛି। ଫଳରେ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହେଉଛି । ଆସନ୍ତା ଦୁଇଦିନ ପର୍ୟ୍ୟନ୍ତ ଜାତୀୟ ରାଜପଥ ବନ୍ଦ ରହିବ ବୋଲି ଅଗ୍ନିଶମ ବିଭାଗ ସୂଚନା ଦେଇଛି । ଘଟଣାସ୍ଥଳରେ ପଟାଙ୍ଗି ଓ ସେମିଳିଗୁଡା ଅଗ୍ନିଶମ ବିଭାଗ ସହ ପୋଲିସ ଓ ତହସିଲଦାର ଉପସ୍ଥିତ ରହିଛନ୍ତି।ଓଲଟି ପଡ଼ିଥିବା ଟ୍ୟାଙ୍କର କୁ ପାଣି ସ୍ପ୍ରେ କରାଯାଉଛି । ଏହି ରାସ୍ତାକୁ ସମ୍ପୂର୍ଣ୍ଣ ସିଲ କରାଯାଇଛି । ଏହି ରାସ୍ତାରେ ଯାତାୟତକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଗ୍ୟାସ ଲିକ୍ ହେଉଥିବାରୁ ନିଆଁ ଲାଗିଯିବାର ଆଶଙ୍କା ରହିଥିବାରୁ ଅତ୍ୟନ୍ତ ସତର୍କତାର ସହିତ ସବୁ କିଛି କରାଯାଉଛି ।

 

Leave a Reply

Your email address will not be published.