Monday , June 5 2023
Breaking News
Home / ବିଶେଷ / ଅନ୍ତର୍ଜାତୀୟ ମାନବାଧିକାରକ ରକ୍ଷକ ଖୋର୍ଦ୍ଧା ବୋର୍ଡ଼ ଅନୁଷ୍ଠିତ

ଅନ୍ତର୍ଜାତୀୟ ମାନବାଧିକାରକ ରକ୍ଷକ ଖୋର୍ଦ୍ଧା ବୋର୍ଡ଼ ଅନୁଷ୍ଠିତ

ଖୋର୍ଦ୍ଧା, ୨୯/୧୧/୨୦୨୨(ଓଡ଼ିଶା ସମାଚାର)-  ଖୋର୍ଦ୍ଧା ଜିଲ୍ଲାରେ ଅନ୍ତର୍ଜାତୀୟ ମାନବାଧିକାରକ ଖୋର୍ଦ୍ଧା ବୋର୍ଡ଼ ବିଧିବଦ୍ଧ ଭାବେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ୟ୍ୟକ୍ରମ ରେ ଅଧ୍ୟକ୍ଷ ଶ୍ରୀ ମୀନକେତନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମାନବର ଅଧିକାର ଏବଂ ତାର ସୁରକ୍ଷା ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ଏହି କାର୍ୟ୍ୟକ୍ରମ କୁ ଖୋର୍ଦ୍ଧା ସଭାପତି ଶ୍ରୀ ଅବିନାଶ ନାୟକଙ୍କ ତତ୍ୱାବଧାନରେ ତ୍ୱରାନ୍ୱିତ କରାଯାଇଥିଲା । ଅବିନାଶ ନାୟକ ତାଙ୍କ କଥାରେ ସଦା ସର୍ବଦା ମାନବର ସୁରକ୍ଷା ଆଉ ନ୍ୟାୟ ପାଇଁ ବାର୍ତା ଦେଇଥିଲେ  । ଏଥି ସହିତ ସୁବ୍ରତା ଉପାଧ୍ୟାୟ,ଯୁଗଳ କିଶୋର ପ୍ରଧାନ,ଅବିନାଶ ସାମନ୍ତରାୟ,ମିସ ସୁବାସିନୀ ବଳ ସମେତ ଅନେକ କାର୍ୟ୍ୟଗ୍ରାହୀମାନେ ତାଙ୍କର ଅଭିଭାଷଣ ମାନବାଧିକାର ବିଷୟରେ ଆଲୋକପାତ କରିଥିଲେ । ଏହାର ଏକ କାର୍ୟ୍ୟକ୍ରମ ଡ଼ିସେମ୍ବର ୧୦ରେ କରାଯିବା ସହିତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସମ୍ମାନିତ କରାଯିବ ।

Leave a Reply

Your email address will not be published.