Thursday , June 1 2023
Breaking News
Home / ବିଶେଷ / ଅନ୍ତର୍ଜାତୀୟ ନୃତ୍ୟ ମଂଚରେ ପ୍ରଥମ ହୋଇଥିବା ଓଡ଼ିଆ ଝିଅ ପ୍ରିୟାଂଶୀଙ୍କୁ ଭୁବନେଶ୍ୱର ରେଳ ଷ୍ଟେସନରେ ବିପୁଳ ସମ୍ବର୍ଦ୍ଧନା

ଅନ୍ତର୍ଜାତୀୟ ନୃତ୍ୟ ମଂଚରେ ପ୍ରଥମ ହୋଇଥିବା ଓଡ଼ିଆ ଝିଅ ପ୍ରିୟାଂଶୀଙ୍କୁ ଭୁବନେଶ୍ୱର ରେଳ ଷ୍ଟେସନରେ ବିପୁଳ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୨୯/୧୧/୨୦୨୨(ଓଡ଼ିଶା ସମାଚାର)- ଅନ୍ତର୍ଜାତୀୟସ୍ତରରେ ନୃତ୍ୟ ପରିବେଷଣ କରି ପ୍ରଥମସ୍ଥାନ ହାସଲ କରି ନୃତ୍ୟ କ୍ଷେତ୍ରରେ ଓଡ଼ିଶା ପାଇଁ ଗୌରବ ଆଣିଥିବା ଓଡ଼ିଆ ଝିଅ ପ୍ରିୟାଂଶୀଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱର ରେଳଷ୍ଟେସନରେ ଲଭଷ୍ଟାର ସୋସିଆଲ ୱାର୍କ ଟ୍ରଷ୍ଟ, ଓଡ଼ିଶା, ଭୁବନେଶ୍ୱର ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରିୟାଂସୀ ଭୁବନେଶ୍ୱରରେ ପହଂଚିବା ପରେ ଟ୍ରଷ୍ଟର ଅଧ୍ୟକ୍ଷ କିଶୋର ଚନ୍ଦ୍ର ଦିଗାଲ, ସିଦ୍ଧାନ୍ତ ନାୟକ, ରୁଦ୍ର, ପଶୁପ୍ରେମୀ ପ୍ରଦୀପ ଦାସ, ଜ୍ୟୋତ୍ସ୍ନା, ଆୟୁଷ ଏବଂ ପାୟଲ ପ୍ରମୁଖ ପ୍ରିୟାଂଶକୁ ଫୁଲତୋଡ଼ା, ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଏଠାରେ ସୂଚନା ଯୋଗ. ନଭେମ୍ବର ୨୬ରୁ ନୂଆଦିଲ୍ଲୀସ୍ଥିତ ଏମସିୟୁଆଇ ଅଡ଼ିଟୋରିୟମ ଓ କନଭେନସନ ସେଂଟରରେ ଅନ୍ତର୍ଜାତୀୟ ଟ୍ୟାଲେଂଟ ହଂଟ କାର୍ଯ୍ୟକ୍ରମରେ ୩ iii ଇଂଟରନ୍ୟାସନାଲ ଇଣ୍ଡିଆନ ଆଇକନ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ପ୍ରାୟ ୮୨୦୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ୯୩ଜଣ ଫାଇନାଲ ରାଉଣ୍ଡକୁ ମନୋନୀତ ହୋଇଥିଲେ । ଓଡ଼ିଶାର କୁନି ପ୍ରତିଭା ପ୍ରିୟାଂଶୀ ସେମାନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଓଡ଼ିଶାର ପ୍ରିୟାଂଶୀ ଜେନା ଓ ରାଜସ୍ଥାନର କୌଶିକ ଯୋଶୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଆଗାମୀ ଡ଼ିସେମ୍ବର ମାସ୨୪ ତାରିଖରେ ଚିକାଗୋରେ ଅନୁଷ୍ଠିତ ହେବାକୁ ଥିବା ଇଂଟରନ୍ୟାସନାଲ ଇଣ୍ଡିଆନ ଆଇକନରେ ଭାଗ ନେବାପାଇଁ ପ୍ରିୟାଂଶୀ ମନୋନୀତ ହୋଇଛନ୍ତି ।

ପି୍ରୟାଂଶୀ ଜେନା ଭୁବନେଶ୍ୱରସ୍ଥିତ ଫ୍ଲଲେସ୍ ଡ଼୍ୟାନ୍ସ ଏକାଡ଼େମୀରେ ନୃତ୍ୟ ଶିଖୁଛନ୍ତି । ଗୁରୁ ଆଶିଷ କୁମାରଙ୍କ ତତ୍ୱାବଧାନରେ ପ୍ରିୟାଂଶୀ ଆଜି ଉଚ୍ଚକୋଟୀର ନୃତ୍ୟ ପରିବେଷଣ କରି ରାଜ୍ୟ ପାଇଁ ଗୌରବ ଆଣିପାରିଛନ୍ତି । ଏହି ସଫଳତା ପରେ ଆଗାମୀ ଦିନରେ ଉଚ୍ଚକୋଟୀର ନୃତ୍ୟ ପରିବେଷଣ ପାଇଁ ପ୍ରିୟାଂଶୀ ଓଡ଼ିଶାର ସମସ୍ତ ଗୁରୁଜନମାନଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି ।

Leave a Reply

Your email address will not be published.