ନିରାକାରପୁର,୨୮/୧୧/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ବଡପୋଖରିଆ ବାଉତୀ ଠାକୁରାଣୀଙ୍କ ନିକଟ ୧୬ ନମ୍ୱର୍ ଜାତୀୟ ରାଜପଥ କଡ଼ରୁ ଆଜି ଜଂକିଆ ପୋଲିସ ୩ ପେଟି ଆସ୍କା ଫଟି ଜବତ କରିବା ସହ ଜଣକୁ ଗିରଫ କରିଛି। ସୂଚନାଯୋଗ୍ୟ କି ଜଂକିଆ ଥାନା ଅନ୍ତର୍ଗତ୍ ବଡପୋଖରିଆ ଛକ ବାଉତି ଠାକୁରାଣୀଙ୍କ ନିକଟରେ ବିଣ୍ଡି ପୁର ଗ୍ରାମର ଅରୁଣ ପାଟ୍ଟଶାଣୀ ମଦ ବିକ୍ରି କରୁଥିବା ଖବର ପୋଲିସ ପାଇ ଚଢ଼ଉ କରିଥିଲା। ତାଙ୍କ ଦୋକାନରୁ ୩ ପେଟି ଆସ୍କା ଫଟି ମଦ ଜବତ କରିଛନ୍ତି। ଅରୁଣ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।