Thursday , June 8 2023
Breaking News
Home / ବିଶେଷ / ୩ ଜଣ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢ଼ାଉ

୩ ଜଣ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢ଼ାଉ

ପଦ୍ମପୁର,୨୮/୧୧/୨୦୨୨(ଓଡ଼ିଶା ସମାଚାର)- ବରଗଡ଼ ଜିଲ୍ଲାର ପଦ୍ମପୁରରେ ଏବେ ଉପନିର୍ବାଚନ ଚାଲିଥିବା ବେଳେ ନିର୍ବାଚନ ପୂର୍ବରୁ ପଦ୍ମପୁର ର ୩ ଜଣ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିଛି। ଏହି ୩ ଜଣ ବ୍ୟବସାୟୀ ହେଲେ ଏମଡି ସାଜିଦ, ଗଜାନନ ଅଗ୍ରୱାଲ ଓ ମାନଭଞ୍ଜନ ସାହୁ। ଏହି ୩ ବ୍ୟବସାୟୀ ବିଜେଡ଼ି ଦଳର ସଦସ୍ୟ ହୋଇଥିବାରୁ ନିର୍ବାଚନ ପୂର୍ବରୁ ଏହି ଚଢ଼ାଉ କରାଯାଉଥିବା ଅଭିଯୋଗ ହୋଇଛି । ଏହି ୩ ବ୍ୟବସାୟୀ ମିଳିତ ଭାବେ ଏକ ରାଇସ୍ ମିଲ୍ ଚଳାଉଥିବା ବେଳେ ପେଟ୍ରୋଲ ପମ୍ପ, ଟ୍ରକ ଓ ଟ୍ରାନ୍ସପୋର୍ଟେସନ ବ୍ୟବସାୟ ରହିଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଏମାନଙ୍କର ଶାସକ ଦଳ ସହିତ ଉତ୍ତମ ସମ୍ପର୍କ ରହି ଆସିଥିବା ବେଳେ ବିଜେଡି ଦଳର କିଛି ବଡବଡିଆ ନେତାଙ୍କ ସହିତ ସମ୍ପର୍କ ରହିଆସିଥିବାରୁ ଆୟକର ବିଭାଗ ଚଢ଼ାଉ ହେଉଥିବା ଚର୍ଚ୍ଚା ଜୋର୍ ଧରିଛି। ତେବେ ଏନେଇ ବର୍ତ୍ତମାନ ସୁଦ୍ଧା ସବିଶେଷ ତଥ୍ୟ ହସ୍ତଗତ ହୋଇପାରିନାହିଁ।ତେବେ ପ୍ରାୟ ୧୦୦ ରୁ ଅଧିକ ସୁରକ୍ଷା ବଳ ର ଘେରାବନ୍ଦିରେ ଏହି ଚଢ଼ାଉ ଚାଲିଛି । ଏପରିକି ସେମାନଙ୍କ ଓକିଲଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଯାଉନଥିବାରୁ ଥାନାରେ ଏତଲା ମଧ୍ୟ ଦିଆଯାଇଛି । ଭିତରେ କଣ ଚାଲିଛି, ତାହା ବାହାରେ କିଛି ଜଣାପଡ଼ୁନାହିଁ ।

Leave a Reply

Your email address will not be published.