ଯାଜପୁର , ୨୮/୧୧/୨୦୨୨(ଓଡ଼ିଶା ସମାଚାର /ସୁରେଶ କର) – ନିଜ ପଞ୍ଚାୟତରେ ସ୍ଵଛତା କୁ ଗୁରୁତ୍ୱ ଦେବା ସହ ନିଜେ ମଧ୍ୟ ଝାଡୁ ଧରି ଲୋକଙ୍କ ମଧ୍ୟରେ ସ୍ଵଛତା କୁ ଜାଗ୍ରତ କରାଇପାରିଥିବା ଯାଜପୁର ବ୍ଲକ ଅଧିନ ସୁଜନପୁର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ବିଷ୍ଣୁପ୍ରିୟା ମହାକୁଡ଼ ଆଜି ବ୍ଲକ ପ୍ରଶାସନ ପକ୍ଷରୁ ସମ୍ମାନିତ ହୋଇଛନ୍ତି ।
ବ୍ୟାଟେରୀ ଚାଳିତ ଗାଡି ମାଧ୍ୟମରେ ଆବର୍ଜନା କୁ ପଞ୍ଚାୟତ ରୁ ବୁହାଇ ଅନ୍ୟ ସ୍ଥାନରେ ୱେଷ୍ଟ ମ୍ୟାନେଜମେଣ୍ଟ ଜରିଆରେ ସଦୁପଯୋଗ କରାଇବା , ବିଭିନ୍ନ ସ୍ଥାନ କୁ ପ୍ରତ୍ୟହ ସଫାସୁତୁରା କରିବା ,ବିଦ୍ୟାଳୟରେ ସ୍ଵଛତା ବିଷୟରେ ପିଲା ମାନଙ୍କୁ ଅବଗତ କରାଇ ଏହି ସମ୍ମାନ ର ସେ ଅଧିକାରୀ ହୋଇପାରିଥିବା ଉକ୍ତ ପ୍ରମାଣପତ୍ରରେ ଉଲ୍ଲେଖ ହୋଇଛି । ଶ୍ରୀମତୀ ମହାକୁଡ଼ ଙ୍କ ଏତାଦୃଶ କାର୍ୟ ପାଇଁ ପଞ୍ଚାୟତ ବାସି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ସମ୍ମାନ ପଞ୍ଚାୟତ ର ଓ ଆଗାମୀ ଦିନରେ ଏହି କାର୍ଯ୍ୟ ଜାରି ରଖିବେ ବୋଲି ଶ୍ରୀମତୀ ମହାକୁଡ଼ ସୂଚନା ଦେଇଛନ୍ତି ।