ଯାଜପୁର, ୨୮/୧୧/୨୦୨୨(ଓଡ଼ିଶା ସମାଚାର /ସୁରେଶ କୁମାର କର):- ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ହଳଦିଗଡିଆ ଗ୍ରାମର ସତ୍ୟନାରାୟଣ ପାଠାଗାର ଆନୁକୁଲ୍ୟରେ ପ୍ରକାଶ ପାଇଆସୁଥିବା ଜନଚେତନାର ପ୍ରତୀକ ତ୍ରୟ ମାସିକ ସାହିତ୍ୟ ପତ୍ରିକାର ବାର୍ଷିକ ଉତ୍ସବ ଓ ସଂବର୍ଧନା ପର୍ବ ମହାସମାରୋହରେ କଟକସ୍ଥିତ ବାଣୀପୀଠ ଶ୍ରୀ ରାମଚନ୍ଦ୍ର ଭବନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମ ପର୍ଯ୍ୟାୟ ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କବିତା ପାଠ ଓ ଆଲୋଚନା ଚକ୍ରକୁ ପ୍ରଦୀପ ପ୍ରଜ୍ଜଳନ କରି ଓଡିଶାର ପ୍ରାକ୍ତନ ସାଂସଦ ବାଗ୍ମୀ ମହାମେଘବାହନ ଐର ଖାରବେଳ ସ୍ୱାଇଁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଇଫକୋ ର ସୁଚନା ଓ ଲୋକସଂପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା , ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ବାହାଦୁର ପାଟ୍ଟସାହାଣୀ ଓ ମଧୁର ଝଂକାରର ଉପଦେଷ୍ଟା ଇଂ ଲଡୁକିଶୋର ପଢିଆରୀ ପ୍ରମୁଖ ଯୋଗ ଦେଇ ଆଜିର ସମାଜରେ କିପରି ଭଲ ରୁଚି ସଂପନ୍ନ କବିତା ରଚନା କରାଯାଇପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ । ଗଦ୍ୟ ସାହିତ୍ୟ ମଣିଷର ହୃଦୟକୁ ପ୍ରଭାବିତ କରିଥାଏ । ଗଦ୍ୟରେ ମଧ୍ୟ କବିତାର ମାଧୁର୍ଯ୍ୟ ଥାଏ । ଓଡିଆ ଭାଷା କେବେ ଲୋପ ପାଇବ ନାହିଁ । ଏହାର ଏକ ସ୍ଵତନ୍ତ୍ର ପରିଚୟ ଅଛି । ଉକ୍ତ କବିତା ପାଠ ମଂଚକୁ ବରିଷ୍ଠ କବି ବିଜୟ କୁମାର ନାଥ ଓ ମୀରା ବେଉରା ମିଳିତ ଭାବେ ସଂଯୋଜନା କରିଥିଲେ ।
ଉକ୍ତ ସଭାରେ ଅଧ୍ୟକ୍ଷତା କରିଥିଲେ ବରିଷ୍ଠ ଲେଖକ ଚିତ୍ତରଂଜନ ମହାନ୍ତି । ଉତ୍ସବର ପ୍ରାରମ୍ଭରେ ଗବେଷକ ଡ.ଏକାଦଶୀ ପାଢି ଓ ଶିଶୁ ସାହିତ୍ୟକା ଲେଖିକା କୁମୁଦ ଲତା ମହାନ୍ତିଙ୍କର ବିୟୋଗରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।
ପରେ ପରେ ଦ୍ବିତୀୟ ଅଧିବେଶନରେ ବରିଷ୍ଠ ସାହିତ୍ୟକ ଡ. ପଣ୍ଡିତ ସୁର୍ଯ୍ୟମଣି ଖୁଣ୍ଟିଆଙ୍କ ସଭାପତିତ୍ତ୍ଵରେ ସଂବର୍ଧନା ପର୍ବ ଓ ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ଅତିଥିମାନଙ୍କର ପରିଚୟ ରାଜୀବ କୁମାର ଷଡଙ୍ଗୀ ,ସଂପାଦକ ଜାହ୍ନବୀ ପ୍ରଦାନ କରିଥିବା ବେଳେ ପତ୍ରିକାର କାର୍ଯ୍ୟ ନିର୍ବାହୀ ସଂପାଦକ ଦୟାନିଧି ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ସଂପାଦକୀୟ ବିବରଣୀ ପାଠକରିଥିଲେ ପତ୍ରିକାର ସଂପାଦକ ଭୁବନ ମୋହନ ମହାନ୍ତି । ଏହି ଅବସରରେ ସ୍ମୃତିଲିପିର ବାର୍ଷିକ ବିଶେଷାଙ୍କ ଓ କବି ନୃସିଂହାନନ୍ଦ ମହାପାତ୍ରଙ୍କର ମାଆ ବୈଷ୍ଣୋଦେବୀ କାହାଣୀ ପ୍ରାବଂଧିକ ପଣ୍ଡିତ ସୁର୍ଯ୍ୟମଣି ଖୁଣ୍ଟିଆଙ୍କର ଓଡିଆରୁ ବଙ୍ଗଳାକୁ ଅନୁବାଦ ହୋଇଥିବା ପୁସ୍ତକ ବସନ୍ତ ନ ଥାକାଗ୍ରାମ ମୁଖ୍ୟ ଅତିଥି ପ୍ରାକ୍ତନ ପୁର୍ବତନ ମନ୍ତ୍ରୀ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ , ବରେଣ୍ୟ ଅତିଥି ଓଡିଆ ଯୁବ ଲେଖକ ସମ୍ମେଳନର ପୁର୍ବତନ ସଭାପତି ଅମରେଶ ପଟ୍ଟନାୟକ , ଉଦଘାଟକ ପଦ୍ମଶ୍ରୀ ଡ. ଜୟନ୍ତ ମହାପାତ୍ର , ସମ୍ମାନୀତ ଅତିଥି ବରିଷ୍ଠ ଆଇନିଜୀବି ଧରଣୀଧର ନାୟକଙ୍କର ମିଳିତ ଉଦ୍ୟମରେ ଲୋକାର୍ପିତ କରାଯାଇଥିଲା । ପରେ ପରେ ସଂବର୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା ।
ଚଳିତବର୍ଷ ସ୍ମୃତିଲିପି ବାର୍ଷିକ ପ୍ରତିଭା ସମ୍ମାନ ପ୍ରାଧ୍ୟାପିକା ଡ. ମାନସୀ କର ,ବିଦ୍ୟୁତ କୁମାରୀ ଲାଲା , ସଂଯୁକ୍ତା ମିଶ୍ର .କାଳୀପ୍ରସାଦ ତ୍ରିପାଠୀ , ରବିନ୍ଦ୍ରନାଥ ମିଶ୍ର , ଜନାବ ସେକ ଅବଦୁଲ ଖୁଦୁସ ତରୁଲତା ପତି ,ସୁରେସ କୁମାର ପ୍ରଧାନ , ସୁଷମା ବାରିକ, ପ୍ରସନ୍ନ କୁମାର ବିଶ୍ଵାଳ , ପ୍ରମୋଦ କୁମାର ଦାସ, ନୃସିଂହାନନ୍ଦ ମହାପାତ୍ର ଓ ସୁରେଶ କୁମାର କରଙ୍କୁ ପ୍ରଦାନ କରାଯାଇଥିବା ବେଳେ ସ୍ମୃତିଲିପି ମାଧ୍ୟମରେ ପ୍ରଦତ୍ତ ସ୍ମୃତି ସମ୍ମାନ ଯଥାକ୍ରମେ ଅବ ଦୁଲ୍ଲସତ୍ତାର ସ୍ମୃତି ସମ୍ମାନ ଡ. ସୁଦର୍ଶନ ପଟ୍ଟନାୟକ .ଆଇନଜୀବି ପ୍ରଫୁଲ୍ଲ କୁମାର ଧଳସ୍କୃତି ସମ୍ମାନ ଡ.କୁଶ ଚନ୍ଦ୍ର ପ୍ରଧାନ ରଜନୀ ମିଶ୍ର ସ୍ମୃତି ସମ୍ମାନ ଯଶୋଧାରା ଦାସଙ୍କୁ ପ୍ରଦାନ କରାଯାଇଥିବା ବେଳେ ସରୋଜିନୀ ମହାନ୍ତି ସ୍ମୃତି ସମ୍ମାନ ଯୁଗପ୍ରଭା ସାବତ ଏବଂ ରୀନା ମହାପାତ୍ର ସ୍ମୃତି ସମ୍ମାନ ଅଧ୍ୟାପିକା ମାଙ୍ଗଳିକା ଦାସଙ୍କୁ ଅଙ୍ଗବସ୍ତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମାନିତ କରାଯାଇଥିଲା ।
ଡ. ଅଧ୍ୟାପିକା ଗୀତାଶ୍ରୀ ପ୍ରିୟମ୍ବଦା ସଂଚାଳନା କରିଥିବା ବେଳେ ନମିତା ମହାନ୍ତି ,ବସନ୍ତ କୁମାରୀ ନନ୍ଦ, କାଜଲ ସିଲ ଶୁଭଲକ୍ଷ୍ମୀ ସାହୁ ,ସମ୍ମିତା ଜେନା ,ଡା. ଯୁଧିଷ୍ଠିର ପଣ୍ଡା , ନିରଞ୍ଜନ ସାହୁ ଓ କୁଳମଣୀ ସାହୁ ମଞ୍ଚରେ ସହଯୋଗ କରିଥିଲେ । ପରିଶେଷରେ ଯୁବକବି କାର୍ତ୍ତିକ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।