ନିଶ୍ଚିନ୍ତକୋଇଲି, ୨୮/୧୧/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା ) – ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ସ୍ଥିତ ସଚ୍ଚିଦାନନ୍ଦ ସଦଗୁରୁ ଶ୍ରୀ ସାଇନାଥ ଙ୍କଅଷ୍ଟମ ବାର୍ଷିକ ଉତ୍ସବ ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ତିନିଦିନ ବ୍ୟାପି ଅନୁଷ୍ଠିତ ହେଉଛି । ଏହି ଉପଲକ୍ଷେ ସକାଳୁ ଅଙ୍କୁରାରୋପଣ, କଳସ ଯାତ୍ରା ଓ ଅଗ୍ନି ସ୍ଥାପନ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟହ ଯଜ୍ଞାନୁଷ୍ଠାନ ରେ ହୋମାଦି ପୂଜାପାଠ ଵିଧି ପୂର୍ବକ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମ ରେ ସାଇ ପରିଚାଳନା କମିଟି ସଭାପତି ଗିରିଶ ରଞ୍ଜନ ମହାପାତ୍ର, ସହ ସମ୍ପାଦକ ଜ୍ୟୋତି ପ୍ରକାଶ ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ରୋଜି ସେଠୀ, ପ୍ରାକ୍ତନ ଅଧ୍ୟକ୍ଷା ସବିତା ଓଝା, ଜିଲ୍ଲା ପରିଷଦ ସଭ୍ୟ ଭୂପତି ଭୂଷଣ ଷଣ୍ଢ, ପ୍ରାକ୍ତନ ସଦସ୍ୟ ଗୀତାଞ୍ଜଳି ପଣ୍ଡା ଙ୍କ ସମେତ କମିଟି ସଦସ୍ୟ ଅଜିତ ନାୟକ, ରାମଚନ୍ଦ୍ର ନାୟକ, ଗୌର ହରି ପଣ୍ଡା,ଅଜୟ କୁମାର ନନ୍ଦ, ବଳରାମ ବେହେରା, ସୁରେନ୍ଦ୍ର ଦାଶ, ପ୍ରମୋଦ ପରିଡା ପ୍ରମୁଖ ସହଯୋଗ କରିଥିଲେ ।
ପଣ୍ଡିତ କରୁଣାକର ମିଶ୍ର ଶର୍ମା ପୁରୋଧା ଭାବେ ଯୋଗ ଦେଇଥିଲେ ।