ଖୋର୍ଦ୍ଧା, ୨୮/୧୧/୨୦୨୨(ଓଡ଼ିଶା ସମାଚାର)- ଆଜି ଅପରାହ୍ନରେ ବାଲୁଗାଁ ବନାଞ୍ଚଳ ଅଧିନସ୍ଥ ବାଣପୁର ଟମଣା ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଦୋଳଗୋବିନ୍ଦ ନୂଆ ସାହିରୁ ଜଣେ ଜଙ୍ଗଲୀ ବାରାହା ଶିକାରୀ କୁ ଗିରଫ କରିଛି ବନବିଭାଗ । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ବାଣପୁର ଥାନା ଦୋଳଗୋବିନ୍ଦ ନୂଆ ସାହିର ତ୍ରିନାଥ ପ୍ରଧାନ(୫୦) । ତାଙ୍କ ନିକଟରୁ ବନବିଭାଗ ୧୦ କେଜି ଜଙ୍ଗଲୀ ବାରାହା ମାଂସ ସମେତ ଏକ ଦେଶୀ ବନ୍ଧୁକ ଜବତ କରିଛି । ସୂଚନା ମୁତାବକ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି ଆଜିର ପାଟ୍ରୋଲିଂ କରୁଥିବା ବେଳେ ଜଙ୍ଗଲୀ ବାରାହା ଶିକାର ଖବର ପାଇ ସଙ୍ଗେସଙ୍ଗେ ଚଢ଼ାଉ କରିଥିଲେ ଏବଂ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଏହି ପରିପ୍ରେକ୍ଷୀରେ ବନବିଭାଗ କେସ ନମ୍ବର ୬ବି/୨୨-୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବାର ସୂଚନା ଦେଇଛନ୍ତି ଶ୍ରୀ ମହାନ୍ତି । ଉକ୍ତ ଚଢ଼ାଉରେ ଧୂଁଆନଳି ବନପାଳ ଶିଳ୍ପୀ ସରିତା ମହାକୁଡ଼ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।