Wednesday , May 31 2023
Home / ବିଶେଷ / ବରିଷ୍ଠ ଆଇନଜୀବୀ ଉମାକାନ୍ତ ନନ୍ଦଙ୍କ ଦ୍ବାରା ରଚିତ ପୁସ୍ତକ “ମନେଅଛି ”  ଉନ୍ମୋଚିତ

ବରିଷ୍ଠ ଆଇନଜୀବୀ ଉମାକାନ୍ତ ନନ୍ଦଙ୍କ ଦ୍ବାରା ରଚିତ ପୁସ୍ତକ “ମନେଅଛି ”  ଉନ୍ମୋଚିତ

କଟକ, ୨୮/୧୧/୨୦୨୨(ଓଡ଼ିଶା ସମାଚାର/ ଦେବାଶିଷ ରଥ)- ବରିଷ୍ଠ ଆଇନଜୀବୀ ଉମାକାନ୍ତ ନନ୍ଦଙ୍କ ଦ୍ବାରା ରଚିତ ପୁସ୍ତକ “ମନେଅଛି ”  ଉନ୍ମୋଚିତ ହୋଇଯାଇଛି। କଟକ ପୂର୍ବାଞ୍ଚଳ ଆଇନଜୀବୀ ସଂଘ ଆନୁକୂଲ୍ୟରେ ମହାନଦୀ ବିହାରସ୍ଥିତ ମହାନଦୀ ଭବନଠାରେ ଏକ ସାରସ୍ୱତ ସମାରୋହ , ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ରେ “ମନେଅଛି ” ର ଶୁଭ ଉନ୍ମୋଚନ କରଯାଇଥିଲା। ଏହି ସାରସ୍ଵତ ସମାରୋହକୁ ଓଡ଼ିଶା ଉଚ୍ଚନ୍ୟାୟାଳୟର ପ୍ରାକ୍ତନ ବିଚାରପତି  ଜଷ୍ଟିସ ବିମଳ ପ୍ରସାଦ ଦାସ ଉଦ୍‌ଘାଟନ କରିଥିଲେ।  ମୁଖ୍ୟଅତିଥି ଭାବେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକ ଯୋଗଦାନ କରିଥିଲେ।  ଅବସରପ୍ରାପ୍ତ ଆଇ.ଏ.ଏସ୍  ରବିନାରାୟଣ ନନ୍ଦ ଏହି ଉତ୍ସବ ରେ ସଭାପତିତ୍ବ କରିଥିଲେ। ଏହା ସହ ଉପସ୍ଥିତ ଅତିଥିମାନେ ଉମାକାନ୍ତ ନନ୍ଦଙ୍କ ଦ୍ବାରା ରଚିତ ପୁସ୍ତକ “ମନେଅଛି ” ର ବିଭିନ୍ନ ଭାଗ ଉପରେ ଆଲୋକପାତ କରିବା ସହ ପୁସ୍ତକ ଟି ଅତି ଉଞ୍ଚ କୋଟିର ଲେଖା ରେ ଆଦୃତ ହୋଇଛି ବୋଲି ଅତିଥିମାନେ ପରିପ୍ରକାଶ କରିଥିଲେ। ଲୋକାର୍ପଣ ପରେ ସାରସ୍ବତ ସମାରୋହର ଶେଷଭାଗରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ଉପସ୍ଥିତ ଅତିଥିବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ ।

Leave a Reply

Your email address will not be published.