Sunday , January 29 2023
Breaking News
Home / ତାଜା ଖବର / ବନ୍ଧୁକ ମୁନରେ ବିଜେପି ନେତାଙ୍କୁ ଅପହରଣ ଅଭିଯୋଗ

ବନ୍ଧୁକ ମୁନରେ ବିଜେପି ନେତାଙ୍କୁ ଅପହରଣ ଅଭିଯୋଗ

ଝାରବନ୍ଧ, ୨୮/୧୧/୨୦୨୨(ଓଡ଼ିଶା ସମାଚାର)- ବନ୍ଧୁକ ମୁନରେ ବିଜେପି ନେତା ଦିଲ୍ଲୀପ କୁମାର ସେନାପତିଙ୍କୁ ଆଜି ସନ୍ଧ୍ୟାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ବ୍ଲକ, ଗୋଠୁଗୁଡା ପଞ୍ଚାୟତ ସନଦାଦର ଛକରୁ ଲାଞ୍ଜିଗଡର ବିଜେଡି ଦଳର ବିଧାୟକ ପ୍ରଦୀପ ଦିଶାରୀ ଓ ତାଙ୍କର ସହଯୋଗୀ ଦୁଇଟି ଇନୋଭା ଗାଡିରେ ଅପହରଣ କରିଥିବା ଅଭିଯୋଗ ହୋଇଛି । ବିଜେପି ନେତା ଦିଲ୍ଲୀପ କୁମାର ସେନାପତିଙ୍କୁ ଆଜି ସନ୍ଧ୍ୟାରେ ଲାଞ୍ଜିଗଡର ବିଜେଡି ଦଳର ବିଧାୟକ ପ୍ରଦୀପ ଦିଶାରୀ ଓ ତାଙ୍କର ସହଯୋଗୀ ଗୋଟିଏ ଧଳା ଓ ଆଉ ଗୋଟିଏ କଳା ରଂଗର ଇନୋଭା କାର ରେ ଯୋର ଜବରଦସ୍ତ ଗୋଠୁଗୁଡା ପଞ୍ଚାୟତ ସନଦାଦର ଛକରୁ ବନ୍ଧୁକ ମୁନରେ ଉଠାଇ ନେଇଛନ୍ତି । ତାଙ୍କ ମୋବାଇଲ ଫୋନ୍ ଛଡ଼ାଇ ନେବା ସହ ଅଜଣା ସ୍ଥାନରେ ରଖିଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ରହିଛି  ବୋଲି ଝାରବନ୍ଧ ଥାନାରେ ବିଜେପି ଝାରବନ୍ଧ ମଣ୍ଡଳ ସଭାପତି ମିଲନ୍ ପାଣ୍ଡେ ଲିଖିତ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published.