ବରଗଡ଼,୨୮/୧୧/୨୦୨୨(ଓଡ଼ିଶା ସମାଚାର)- ପଦ୍ମପୁର ଉପନିର୍ବାଚନ ପୂର୍ବରୁ ସୋମବାର ଆୟକର ବିଭାଗ ଓ ଜିଏସ୍ଟିର ଚଢ଼ଉକୁ ବିରୋଧ କରି ବଣିକ ସଂଘ ନଭେମ୍ବର ୨୯ (ମଙ୍ଗଳବାର) ବନ୍ଦ ଡାକରା ଦେଇଥିଲା। ବରଗଡ଼ ଜିଲ୍ଲା ପଦ୍ମପୁରରେ ଏହି ବନ୍ଦ ପାଳନ ମଙ୍ଗଳବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଜାରି ରହିବ ବୋଲି ବଣିକ ସଂଘ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହି ସମୟରେ ପଦ୍ମପୁର ସହରର ସମସ୍ତ ଦୋକାନ ଓ ବଜାର ବନ୍ଦ ରହିବ। ମାତ୍ର ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ୟ୍ୟାଳୟ ଖୋଲା ରହିବ ବୋଲି ପଦ୍ମପୁର ବଣିକ ସଂଘର ସଭାପତି ପ୍ରତାପ ମିଶ୍ର ଏହି ସୂଚନା ଦେଇଥିଲେ । ତେବେ ପୋଲିସ ଓ ପ୍ରଶାସନ ସହିତ ଆଲୋଚନା ପରେ ଏହି ବନ୍ଦ ଡ଼ାକରା ପ୍ରତ୍ୟାହୃତ ହୋଇଛି । ମଙ୍ଗଳବାର ବନ୍ଦ ପାଳନ ହେବ ନାହିଁ ।