ସାଲେପୁର , ୨୮/୧୧/୨୦୨୨ (ଓଡିଶା ସମାଚାର / ଅଭୟ ଜେନା )- କଟକ ଜିଲ୍ଲା ସାଲେପୁର ଥାନା ମାଛୁଆତି ଗାଁର ସନାତନ ମହାରଣା ଙ୍କ ପୁଅ ସୁସେନ ମହାରଣା ଢେଙ୍କାନାଳ ଜିଲ୍ଲାର ସତ୍ୟ ନାରାୟଣ ମହାରଣା ଙ୍କ ଝିଅ ସସ୍ମିତା ମହାରଣା ଙ୍କୁ ବୈଦିକ ରୀତିରେ ୧୩/୭ /୨୦୨୦ ମସିହାରେ ବିବାହ କରିଥିଲେ ।
ହେଲେ ବିବାହ ସମୟରେ ଶଶୁର ଘର ଲୋକଙ୍କ ଦାବି ମୁତାବକ ଯୌତୁକ ଦେଇଥିବା ସସ୍ମିତା କହିଛନ୍ତି । ହେଲେ ପରବର୍ତ୍ତୀ ସମୟରେ ଅଧିକ ଯୌତୁକ ମାଗିବା ଆରମ୍ଭ କରିଥିଲେ ଓ ଶଶୁର ସନାତନ ମହାରଣା ବୋହୁ ଉପରେ ଖରାପ ନଜର ପକାଇ ଆସୁଥିଲେ ବୋଲି ଅଭିଯୋଗ ହୋଇଛି । ସସ୍ମିତା ଖୋଲାଖୋଲି ତାଙ୍କ ଶଶୁର ଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ ଆଣି ସାଲେପୁର ଥାନାର ଦ୍ୱାରସ୍ଥ ହୋଇଛିନ୍ତି ।
କିନ୍ତୁ ସାଲେପୁର ପୋଲିସ ସସ୍ମିତା ଙ୍କୁ ନ୍ୟାୟ ଦେବାରେ ବିଳମ୍ବ କରୁଥିବାରୁ ବାଧ୍ୟ ହୋଇ ସସ୍ମିତା ଶଶୁର ଘର ସମ୍ମୁଖରେ କିଛି ସ୍ଥାନୀୟ ମହିଳା ମାନଙ୍କୁ ଧରି ଧାରଣା ରେ ବସିଛନ୍ତି । ନ୍ୟାୟ ନମିଳିବା ପର୍ୟ୍ୟନ୍ତ ଧାରଣା ରେ ବସି ରହିବେ ବୋଲି କହିଛନ୍ତି ସସ୍ମିତା ।