Wednesday , May 31 2023
Home / ବିଶେଷ / ଧନୁର୍ଯୟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କମ୍ବଳ ବଣ୍ଟନ

ଧନୁର୍ଯୟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କମ୍ବଳ ବଣ୍ଟନ

କଟକ,୨୮/୧୧/୨୦୨୨(ଓଡ଼ିଶା ସମାଚାର/ ଦେବାଶିଷ ରଥ)- ଧୀରେ ଧୀରେ ଶୀତର ପ୍ରଭାବ ବଢିବାରେ ଲାଗିଛି । ଶୀତର ପ୍ରକୋପ ବୃଦ୍ଧି ପାଇବା ସାଙ୍ଗକୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି । ବିଶେଷ କରି ଗରିବ ଗୁରୁବା ମାନେ ଶୀତରେ  ଢେର ହଇରାଣ ହେଉଥିବାର ଦେଖିବାକୁ ମିଳୁଛି । ଏହି ଅଭାବକୁ ପୂରଣ କରିବା ପାଇଁ ଧନୁର୍ଯୟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଛି । କଟକ ମହାନଦୀବିହାର ବ୍ୟାଙ୍କ ଛକ ଠାରେ ହଜାର ହଜାର  ଅସହାୟ ଲୋକଙ୍କୁ କମ୍ବଳ ଯୋଗାଇଦେବା ସହ ବିସ୍କୁଟ  ବଣ୍ଟନ କରିଥିଲେ ଅନୁଷ୍ଠାନର ସଭ୍ୟମାନେ । ଅନୁଷ୍ଠାନର ମୂଳ ପ୍ରତିଷ୍ଠାତା ତଥା ସମାଜସେବୀ ସ୍ୱର୍ଗତ ଧନୁର୍ଯୟ ବିଶ୍ୱାଳଙ୍କ ସହଧର୍ମିଣୀ  ଅମ୍ବିକା ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏହି କାର୍ଯ୍ୟକ୍ରମ ହାତକୁ ନେଇଥିଲେ ତାଙ୍କ ପୁଅ ଭଗବାନ ବିଶ୍ୱାଳ । ଅନୁଷ୍ଠାନ ୨୦୦୬ ରେ ପ୍ରତିଷ୍ଠା କରାଯାଇଥିଲା ବେଳେ ସେହି ବର୍ଷ ଠାରୁ ବିଭିନ୍ନ ସାମାଜିକ କାର୍ଯ୍ୟ କରି ଆସୁଛି । ତେବେ ଏସିସିବି ମେଡିକାଲ ଏବଂ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲ ରେ ମଧ୍ୟ ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ବିଭିନ୍ନ ସାମଗ୍ରୀ ଦେଇ ସହାୟତା କରୁଛନ୍ତି । ଆଗାମୀ ଦିନରେ ଏହି ବଣ୍ଟନ କାର୍ଯ୍ୟକ୍ରମକୁ ସାରା ରାଜ୍ୟରେ  ଆହୁରି ବ୍ୟାପକ କରାଯିବ ବୋଲି ଅନୁଷ୍ଠାନର ଅଧକ୍ଷ ଭଗବାନ ବିଶ୍ୱାଳ କହିଛନ୍ତି । ବଣ୍ଟନ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟ,ସ୍ଥାନୀୟ ବାସିନ୍ଦା ମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published.