Sunday , January 29 2023
Breaking News
Home / ତାଜା ଖବର / ଦୁର୍ବୃତ୍ତ ଙ୍କ ଗୁଳିମାଡ଼ରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ

ଦୁର୍ବୃତ୍ତ ଙ୍କ ଗୁଳିମାଡ଼ରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ

ବଡ଼ବିଲ ୨୮/୧୧/୨୦୨୨(ଓଡ଼ିଶା ସମାଚାର)- ଦୁର୍ବୃତ୍ତ ଙ୍କ ଗୁଳିମାଡ଼ରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ଏପରି ଘଟଣା ବଲାଣୀ ଅନ୍ତର୍ଗତ ଲସର୍ଦା ଗାଁରେ ଘଟିଥିବା ସୂଚନା ମିଳିଛି। ମୃତକ ଦମ୍ପତି ହେଉଛନ୍ତି ଲକ୍ଷ୍ମୀଧର ଆପଟ ଓ ତାଙ୍କ ସ୍ତ୍ରୀ ମଞ୍ଜୁଲତା ଆପଟ। ସେ ଦୁହେଁ ତାଙ୍କ ତେଜରାତି ଦୋକାନରେ ଥିବାବେଳେ ଦୁର୍ବୃତ୍ତମାନେ ଦୋକାନରେ ପଶି ତାଙ୍କୁ ଗୁଳିମାଡ଼ କରିଥିଲେ। ଗୁଳି ମାଡ଼ର କାରଣ ଜଣାପଡ଼ିନାହିଁ । ଘଟଣା ସ୍ଥଳରେ ବଲାଣୀ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଚଳାଇଛି।

 

Leave a Reply

Your email address will not be published.