Sunday , May 28 2023
Breaking News
Home / ବିଶେଷ / ତୁଳସୀ କଲଚରାଲ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ

ତୁଳସୀ କଲଚରାଲ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ

କେନ୍ଦ୍ରାପଡ଼ା, ୨୮/୧୧/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଅଗ୍ରଣୀ ସାଂସ୍କୃତିକ ନାଟ୍ୟ ସଂଗଠନ ତୁଳସୀ କଲଚରାଲ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ ଇଚ୍ଛାପୁର ନିକଟସ୍ଥ ଏକମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକାରିଣୀ ବୈଠକରେ ଆସୋସିଏସନର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯିବା ସହିତ ନୂତନ କମିଟି ଚୟନ କରାଯାଇଥିଲା । ଏହି ଅବସରରେ ଔପନାସିକ ଡଃ. ରାମଚନ୍ଦ୍ର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇ ତାଙ୍କୁ ସର୍ବସମ୍ମତିକ୍ରମେ ସଭାପତି ଭାବେ ଚୟନ କରାଯାଇଥିଲା । ଉପ ସଭାପତି – ରବୀନ୍ଦ୍ରନାଥ ରଥ, ସମ୍ପାଦକ – କୈଳାସ ଚନ୍ଦ୍ର ମହାନ୍ତି, ସହ ସମ୍ପାଦକ – ନିରଞ୍ଜନ ଦାସ ପ୍ରମୁଖଙ୍କୁ ଚୟନ କରାଯାଇଥିଲା । ଏତଦବ୍ୟତିତ କାର୍ଯ୍ୟକାରୀ କମିଟିକୁ ଐଶ୍ୱର୍ଯ୍ୟ ରଞ୍ଜନ ଜେନା ଏବଂ ମହିନ୍ଦ୍ର ସୁଆରଙ୍କୁ ମଧ୍ୟ ଚୟନ କରାଯାଇଥିବାବେଳେ ମିଡିଆସେଲ କମିଟିକୁ ଶାନ୍ତନୁ କୁମାର ମଲ୍ଲିକ, ପ୍ରତୀକ ଅନୂରାଗ ଦାସ ଓ ଗୌତମ ସାହୁଙ୍କୁ ଚୟନ କରାଯାଇଥିଲା । ଏହି ଆସୋସିଏସନ ଭବିଷ୍ୟତରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟ କରିବା ସହିତ ନାଟକ ପରିବେଷଣ କରିବ ବୋଲି ନୂତନ ସଭାପତି ଡଃ. ବେହେରା ବକ୍ତବ୍ୟ ରଖିଥିଲେ ।

Leave a Reply

Your email address will not be published.