Wednesday , May 31 2023
Home / ବିଶେଷ / ଜିଲ୍ଲା ସ୍ତରୀୟ କେନ୍ଦରା ମହୋତ୍ସବ-୨୦୨୨

ଜିଲ୍ଲା ସ୍ତରୀୟ କେନ୍ଦରା ମହୋତ୍ସବ-୨୦୨୨

କେନ୍ଦ୍ରାପଡ଼ା, ୨୮/୧୧/୨୦୨୨(ଓଡ଼ିଶା ସମାଚାର)- ବୁଡିଯାଉଥିବା ଲୋକକଳାର ପୁନଃରୁଦ୍ଧାର ନହେଲେ କଳା ସଂସ୍କୃତି ପ୍ରଭାବିତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ନାଥ ସମ୍ପ୍ରଦାୟ ଲୋକମାନେ କେନ୍ଦରା ବଜାଇ ଗାଁ ଗାଁ ଟିକା ଗୋବିନ୍ଦଚନ୍ଦ୍ର ଗାଇ ଲୋକକଥା ତଥା ସଂସ୍କୃତ ଓ ପରମ୍ପରାକୁ ଲୋକମାନଙ୍କ ମଧ୍ୟରେ ପ୍ରଚାର ପ୍ରସାର କରୁଥିବା କଥା ଅବଧୂତ ଆଡୋହି ମଠର ବାବା ବିଶ୍ୱନନ୍ଦ ଦାସ ମୁଖ୍ୟ ଅତିଥି ଭାବରେଭେଯାଗଦେଇ ମତବ୍ୟକ୍ତ କରିଥିଲେ । ସାଇନାଥ କଳା ପରିଷଦ, ଜିଲ୍ଲାର ଏକମାତ୍ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବରେ ଏକଥାକୁ ଚିନ୍ତାକରି କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଓ ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ ଜିଲ୍ଲା ସ୍ତରୀୟ କେନ୍ଦରା ମହୋତ୍ସବ -୨୦୨୨ ପାଳିତ ହୋଇଯାଇଛି । ଏହି ମହୋତ୍ସବରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ନାଟ୍ୟକାର ତୁଷାର କାନ୍ତ ଘୋଷ, ଜିଲ୍ଲା ସାମାଜିକ ଓ ସାଂସ୍କୃତିକ ପ୍ରରୋଚିକା ଜୟଶ୍ରୀ ପତି, ମହାକାଳପଡା ବ୍ଲକ ଉପାଧ୍ୟକ୍ଷ ବିଜୟ ଶୁକ୍ଲା ପ୍ରମୁଖ ଯୋଗ ଦେଇଥିଲେ । କେନ୍ଦରା ବିକାଶ ପରିଶଦର ଜିଲ୍ଲା ଆବାହକ ସୁରେନ୍ଦ୍ର ନାଥ ଶତପଥି ଓ ସଭାପତି ତ୍ରିଲୋଚନ ନାଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାଇନାଥ କଳା ପରିଷଦର ସଂପାଦକ ଓ ଭାଗବତ ଟୁଙ୍ଗି ପ୍ରଚାର ସମିତି ରାଜ୍ୟ ଉପସଭାପତି ସୁବ୍ରତ କୁମାର ରାଉତ ଯଥାକ୍ରମେ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ୧୫ ଜଣ କେନ୍ଦରା ବାଦକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ଜିଲ୍ଲାର କିଛି ସାଂସ୍କୃତିକ ଅନୁଷ୍ଠାନ ଓ କଳକାର ମାନଙ୍କୁ ସଂଙ୍ଗୀତ, ବାଦ୍ୟଯନ୍ତ୍ର, ଭାଗବତ ଟୁଙ୍ଗି, ପାଲାଗାୟକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ଉପସଭାପତି ଅର୍ଚ୍ଚନା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.