କଟକ ସଦର, ୨୮/୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଵାଉନ ବଜାର ତେପନ ଗଳିକୁ ନେଇ ଐତିହାସିକ କଟକ ସହରର ଉତ୍ପତ୍ତି ହୋଇଥିବା ବେଳେ ବିଭିନ୍ନ ଵଜାରର ନାମକରଣ ମଧ୍ୟ ହୋଇଛି। ଏଥିରେ ବକ୍ସି ବଜାରର ସ୍ଥାନ ସ୍ୱତନ୍ତ୍ର ରହିଛି। ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ନାମରେ ନାମିତ ହୋଇଛି ବକ୍ସି ବଜାର । ମହାନ୍ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କୁ ଇଂରେଜ ମାନେ ଏହିଠାରେ ଆଣି ଗୃହ ଵନ୍ଦୀ କରି ରଖିଥିଲେ। ତାଙ୍କର ପୁରା ଜୀବନ ଏହି ଅଞ୍ଚଳରେ ହିଁ କଟିଥିଲା ବେଳେ ୧୯୨୯ ଜାନୁଆରୀ ୨୪ ରେ ଏହି ଠାରେ ହିଁ ତାଙ୍କର ଜୀବନ ଦୀପ ନିର୍ବାପିତ ହୋଇଥିଲା। ତେବେ ସେହି ପାଇକ ବିଦ୍ରୋହର ଜନନାୟକ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପ୍ରତିମୂର୍ତ୍ତି ସ୍ଥାପନ କରିଵାକୁ ରାଜ୍ୟ ସରକାର ୨୦୧୭ ମସିହାରେ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ଵି ଜିଲ୍ଲା ପ୍ରଶାସନ ଓ ସିଏମସିର ଆନ୍ତରିକତା ଅଭାବରୁ ତାହା ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ। ଏଥିପାଇଁ ସ୍ଥାନୀୟ ଅଞ୍ଚଳ ସହିତ କଟକ ସହରର ବିଭିନ୍ନ ସଂଗଠନ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ଆସନ୍ତା ୨୦୨୩ ବକ୍ସି ଜଗବନ୍ଧୁ ଜୟନ୍ତୀ ପୂର୍ବରୁ ଯଦି ଵକ୍ସିଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାନଯାଏ ତେଵେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି ।