Thursday , February 2 2023
Breaking News
Home / କୃଷି / ଓଡ଼ିଶା ଗ୍ରସ୍ତରେ ଆସିଥିବା କେନ୍ଦ୍ର କୃଷିମନ୍ତ୍ରୀଙ୍କୁ  ଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ଦାବିପତ୍ର

ଓଡ଼ିଶା ଗ୍ରସ୍ତରେ ଆସିଥିବା କେନ୍ଦ୍ର କୃଷିମନ୍ତ୍ରୀଙ୍କୁ  ଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ଦାବିପତ୍ର

ଭୁବନେଶ୍ୱର, ୨୮/୧୧/୨୦୨୨(ଓଡ଼ିଶା ସମାଚାର)- ଗତକାଲି ପଦ୍ମପୁର ଉପନିର୍ବାଚନ ପ୍ରଚାରକୁ ଆସିଥିଲେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର ଓ ଅନ୍ୟ କିଛି ମନ୍ତ୍ରୀ ନେତାଗଣ । କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗ୍ରସ୍ତରେ ଆସିଥିବାର ଖବର ପାଇବା ମାତ୍ରକେ ଓଡ଼ିଶା କୃଷକ ସାଥୀ ସଂଘ ରାଜ୍ୟ କମିଟି ସ୍ୱାଗତ ସ୍ୱମ୍ବର୍ଦ୍ଧନା ଜଣାଇବା ସହିତ କୃଷକ ସାଥୀଙ୍କ ସମସ୍ୟା ଉପରେ ଆଠଦଫା ଦାବିପତ୍ର ଦେଇ ଖୁବ୍ଶୀଘ୍ର ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ । ଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସଭାପତି ସୁବୋଧ କୁମାର, ରାଜ୍ୟ କାର୍ଯ୍ୟକାରୀ ସଭାପତି ଅଭିଜିତ ଗୌତମ, ରାଜ୍ୟ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ବେହେରା, ରାଜ୍ୟ କୋଷାଧ୍ୟକ୍ଷ ଓ ଖୋର୍ଦ୍ଧା ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ପରିଡ଼ା, ବଲାଙ୍ଗୀର ଜିଲ୍ଲା ସଭାପତି ଗୁଣନିଧି ଦନ୍ତା ଓ ପଶ୍ଚିମ ଓଡ଼ିଶାର ବହୁ ଜିଲ୍ଲା ଓ ବ୍ଲକ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published.