Sunday , January 29 2023
Breaking News
Home / ତାଜା ଖବର / ଇଟାଭାଟି ମାଲିକଙ୍କୁ ହତ୍ୟା ସନ୍ଦେହ

ଇଟାଭାଟି ମାଲିକଙ୍କୁ ହତ୍ୟା ସନ୍ଦେହ

କେନ୍ଦ୍ରାପଡ଼ା /ମହାକାଳପଡ଼ା ୨୮/୧୧/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଖରନାସୀ ଗାଁରେ ଜଣେ ଇଟାଭାଟି ମାଲିକଙ୍କୁ ହତ୍ୟା କରାଯାଇଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ମିଳିଥିବା ସୂଚନା ଅନୁଯାୟୀ, ପାତାପାଟ ଗାଁର ଦୀନେଶ ବୈଦ ଖରନାସୀ ଠାରେ ଇଟାଭାଟି କରୁଥିଲେ । ଗତକାଲି (ରବିବାର) ରାତିରେ ଇଟାଭାଟିର ଶ୍ରମିକଙ୍କ ସହିତ ଭୋଜି ଆୟୋଜନ ହୋଇଥିଲା। ରାତିରେ ଭୋଜି ସରିବା ପରେ ଘରକୁ ନଯାଇ ଇଟା ଭାଟିରେ ରହିଥିଲେ । ପରେ ସୋମବାର ସକାଳୁ ଇଟା ଭାଟି ପରିସରରେ ଇଟାଭାଟି ମାଲିକଙ୍କ କ୍ଷତବିକ୍ଷତ ଶରୀର ପଡିଥିଲା । ଏନେଇ ପରିବାର ଲୋକଙ୍କୁ ସ୍ଥାନୀୟଲୋକେ ଜଣାଇଥିଲେ । ଜମ୍ବୁ ସାମୁଦ୍ରିକ ଥାନା ରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ ଭିନ୍ ଜାରି ରଖିଛି । ତେବେ ଇଟାଭାଟି ମାଲିକ ଦୀନେଶ ବୈଦଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published.