Thursday , June 8 2023
Breaking News
Home / ବିଶେଷ / ଅପହୃତ ବିଜେପି ନେତା ଙ୍କୁ ଉଦ୍ଧାର କଲା ପୋଲିସ

ଅପହୃତ ବିଜେପି ନେତା ଙ୍କୁ ଉଦ୍ଧାର କଲା ପୋଲିସ

ଝାରବନ୍ଧ,୨୮/୧୧/୨୦୨୨(ଓଡ଼ିଶା ସମାଚାର)- ଆଜି ସନ୍ଧ୍ୟାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ବ୍ଲକ, ଗୋଠୁଗୁଡା ପଞ୍ଚାୟତ ସନଦାଦର ଛକରୁ ବିଜେପି ନେତା ଦିଲ୍ଲୀପ କୁମାର ସେନାପତି (ପିଙ୍କୁ) ଙ୍କୁ ବନ୍ଧୁକ ମୁନରେ ଯୋର ଜବରଦସ୍ତ ଅପହରଣ କରାଯାଇଥିବା ନେଇ ଝାରବନ୍ଧ ଥାନାରେ ବିଜେପି ଝାରବନ୍ଧ ମଣ୍ଡଳ ସଭାପତି ମିଲନ୍ ପାଣ୍ଡେ ଲିଖିତ ଅଭିଯୋଗ କରିଥିଲେ । ଝାରବନ୍ଧ ଥାନା ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅପହୃତ ବିଜେପି ନେତା ଙ୍କୁ ଉଦ୍ଧାର କରିଛି । ପୋଲିସ ଅପହୃତ ବିଜେପି ନେତା ଦିଲ୍ଲୀପ କୁମାର ସେନାପତି (ପିଙ୍କୁ) ଙ୍କୁ ଉଦ୍ଧାର କରି ଥାନାକୁ ଆଣିଛନ୍ତି । ପିଙ୍କୁ ଙ୍କ ଗୋଡ଼ ରେ ଖଣ୍ଡିଆ ଓ ପିଠିରେ ଆଘାତ ର ଚିହ୍ନ ରହିଥିବା ଦେଖାଯାଉଛି । ପୋଲିସ ପିଙ୍କୁଙ୍କୁ ଉଦ୍ଧାର କରି ଥାନାକୁ ଆଣି ଘଟଣା ସମ୍ପର୍କରେ ପଚରା ଉଚୁରା କରୁଛନ୍ତି ।

 

Leave a Reply

Your email address will not be published.