Thursday , June 1 2023
Breaking News
Home / ବିଶେଷ / ରିଲିଆନ୍ସ ସ୍ମାର୍ଟ କର୍ମଚାରୀଙ୍କ ଦ୍ୱାରା ପୋଷାକ ବଂଟନ

ରିଲିଆନ୍ସ ସ୍ମାର୍ଟ କର୍ମଚାରୀଙ୍କ ଦ୍ୱାରା ପୋଷାକ ବଂଟନ

କେନ୍ଦ୍ରାପଡ଼ା, ୨୭/୧୧/୨୦୨୨(ଓଡ଼ିଶା ସମାଚାର)- କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ରିଲିଆନ୍ସ ସ୍ମାର୍ଟ କର୍ମଚାରୀ ବୃନ୍ଦ । କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ରେସୱା ଶିଶୁ ଯତ୍ନ ଅନୁଷ୍ଠାନ ଏବଂ ସ୍ୱାଧାର ଗୃହରେ ଥିବା ଅନାଥ, ଅବହେଳିତ ଓ ନିର୍ଯ୍ୟାତିତ ମହିଳା ଓ ଶିଶୁ ଅନ୍ତେବାସୀ ମାନଙ୍କୁ ରିଲିଆନ୍ସ ସ୍ମାର୍ଟ  ପକ୍ଷରୁ ନୂତନ ପୋଷାକ ଏବଂ ଶୁଖିଲା ଖାଦ୍ୟ ବିତରଣ କରାଯାଇଛି । ରିଲିଆନ୍ସ ସ୍ମାର୍ଟର ଷ୍ଟୋର ମ୍ୟାନେଜର ପ୍ରଦୁ୍ୟମ୍ନ ମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ   ରିଲିଆନ୍ସ ସ୍ମାର୍ଟର କର୍ମଚାରୀ ଏ.ଏସ.ଏମ. ମନୋଜ କୁମାର ରାଉତ , ଏ.ଏସ.ଏମ. ଦିପ୍ତିକୃଷ୍ଣ ବେହୁରା, ଅକ୍ଷୟ କୁମାର ସେଠୀ, ସ୍ନେହଲତା ଦାସ, ଶୁଭଶ୍ରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଏଭଳି ବଦାନ୍ୟତା କାର୍ଯ୍ୟ ପାଇଁ ସ୍ୱାଧାର ଗୃହର ପରିଚାଳିକା ମିନତୀ ମହାରଣା, ସି.ସି.ଆଇ. ପରିଚାଳକ ଅମୀତ ରଞ୍ଜନ ସାହୁ, ରେସୱା ନିର୍ଦେଶକ ଲିଆକତ ହୁସେନ ପ୍ରମୁଖ ରେସୱା ପରିବାର ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ରେସୱା ଅନୁଷ୍ଠାନର ସମସ୍ତ କର୍ମକର୍ତା  ସହଯୋଗ  କରିଥିଲେ । ରିଲିଆନ୍ସ ସ୍ମାର୍ଟର ଷ୍ଟୋର ମ୍ୟାନେଜର ଭବିଷ୍ୟତରେ ଏହି ଅନୁଷ୍ଠାନକୁ ସହାୟତାର ହାତ ବଢେଇବେ ବୋଲି ପ୍ରତିଶୃତି ଦେଇଥିଲେ ।

Leave a Reply

Your email address will not be published.