ଭୁବନ ୨୭/୧୧/୨୦୨୨(ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଜାତୀୟ ସମର ଶିକ୍ଷାର୍ଥୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏନସିସି କ୍ୟାଡେଟ ମାନେ ଏକ ଚିତାକର୍ଷକ ପ୍ୟାରେଡ କରିଥିଲେ ଓ ସ୍ୱଚ୍ଛ ଭାରତ ଯୋଜନାରେ ମହାବିଦ୍ୟାଳୟକୁ ସଫେଇ କରିଥିଲେ । ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି କାଳୀବଜାର ଠାରେ ସଡକ ସୁରକ୍ଷା ସଂପର୍କରେ ଜନସଚେତନତା କରିଥରଲେ । ମୋଟର ସାଇକେଲ ଆରୋହୀ ମାନଙ୍କୁ ସର୍ବଦା ହେଲମେଣ୍ଟ ବ୍ୟବହାର କରିବା , ଗାଡି ଚାଳନା ସମୟରେ ମୋବାଇଲ ଫୋନ ବ୍ୟବହାର ନକରିବା ଏବଂ କୌଣସି ନିଶାଦ୍ରବ୍ୟ ସେବନ କରି ଗାଡି ନଚଳାଇବାକୁ ପରାମର୍ଶ ଦେଇଥିଲେ ।
ପରିଶେଷରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସମାରୋହ ଉତ୍ସବରେ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଯୋଗଦେଇ ଏନସିସି ର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରି ନିଜକୁ ଶୃଙ୍ଖଳିତ ଓ ଅନୁଶାସିତ କରି ରାଷ୍ଟ୍ରପ୍ରତି ସମର୍ପିତ ହେବାକୁ କ୍ୟାଡେଟ ମାନଙ୍କୁ ଆହ୍ୱାନ ଦେଇଥିଲେ ।
ମହାବିଦ୍ୟାଳୟର ଏନସିସି ଅଫିସର କ୍ୟାପଟେନ ପ୍ରମିଳା ଦାସ ଏନସିସି ରେ ଥିବା ସୁବିଧା ସୁଯୋଗ ସଂପର୍କରେ ଆଲୋଚନା କରିଥରଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ନିରଂଜନ ନାୟକ ଙ୍କ ସମେତ କର୍ମଚାରୀ ଲକ୍ଷ୍ମଣ କୁମାର ସାହୁ , ରଙ୍ଗଲତା ବେହେରା , ନିର୍ମଳା ସାହୁ ପ୍ରମୁଖ ସହଯୋଗ କରିଥିଲେ ।