Wednesday , May 31 2023
Breaking News
Home / ବିଶେଷ / ପକ୍ଷୀ ସୁରକ୍ଷା ପାଇଁ ସଚେତନତା ସଭା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ

ପକ୍ଷୀ ସୁରକ୍ଷା ପାଇଁ ସଚେତନତା ସଭା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ

ନିରାକାରପୁର/ ଟାଙ୍ଗୀ, ୨୭/୧୧/୨୦୨୨(ଓଡ଼ିଶା ସମାଚାର)- ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ଯୋଗୁଁ ଶିକାରୀଙ୍କ ଲୋଲୁପ ଦୃଷ୍ଟି ପଡୁଛି। ଆଉ ପକ୍ଷୀ ଶିକାର ବଢୁଛି। ଏହାକୁ ସୁରକ୍ଷା ପାଇଁ ଶପଥ ପାଠ ଗ୍ରହଣ କରାଯାଇଥିଲା ମୁକ୍ତେଶ୍ଵର ବିଦ୍ୟାଳୟରେ। ଏହି କାର୍ଯ୍ୟକ୍ରମରେ ୱାଇଲ୍ଡ ଲାଇଫ ରେଞ୍ଜର ଚୂଡ଼ାମଣି ମୁର୍ମୁ, ଡେପୁଟି ରେଞ୍ଜର ଅଜୟ କୁମାର ହରିଚନ୍ଦନ, ବନକର୍ମଚାରୀ ସୁଜିତ୍ କୁମାର ବେହେରା, ଆଲୋକ ବେହେରା, ଗୀତାଞ୍ଜଳି ପ୍ରଧାନ,ଭାନୁମତୀ ବେହେରା, ସରପଂଚ ସୁଜିତ୍ ହାଲଦାର , ପ୍ରଧାନ ଶିକ୍ଷୟତ୍ରୀ ଲିଲିପ୍ରା ଜେନା, ଶିକ୍ଷକ ମାଧବ ମହାରଣା ଓ ବାଙ୍କନିଧି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ସହ ପକ୍ଷୀ ଶିକାର ରୁ ସମସ୍ତଙ୍କୁ ନିବୃତ ରହିବା ପାଇଁ ପରାମର୍ଶ ଦେବାକୁ କହିଥିଲେ।

Leave a Reply

Your email address will not be published.