Thursday , June 8 2023
Breaking News
Home / ବିଶେଷ / ପକ୍ଷୀଙ୍କ ସୁରକ୍ଷା ପାଇଁ ପ୍ରେରଣା ପକ୍ଷରୁ ସଭା ଓ ଶୋଭାଯାତ୍ରା ,ମାସ୍କଟ ଉନ୍ମୋଚନ

ପକ୍ଷୀଙ୍କ ସୁରକ୍ଷା ପାଇଁ ପ୍ରେରଣା ପକ୍ଷରୁ ସଭା ଓ ଶୋଭାଯାତ୍ରା ,ମାସ୍କଟ ଉନ୍ମୋଚନ

ଟାଙ୍ଗୀ/ ନିରାକାରପୁର, ୨୭/୧୧/୨୦୨୨(ଓଡ଼ିଶା ସମାଚାର)- ପ୍ରତିବର୍ଷ ଶୀତ ରୁତୁରେ ହଜାର ହଜାର ମାଇଲ ଅତିକ୍ରମ କରି ଲକ୍ଷ ଲକ୍ଷ ପକ୍ଷୀ ଏସିଆ ମହାଦେଶର ସର୍ବଶ୍ରେଷ୍ଠ ଲବଣାକ୍ତ ହ୍ରଦ ଚିଲିକାକୁ ଆସିଥାନ୍ତି। ବର୍ତମାନ ପକ୍ଷୀମାନେ ଆସିବା ଆରମ୍ଭ ହୋଇଗଲାଣି। ସେଥପାଇଁ ଏହି ଅତିଥି ପକ୍ଷୀ ମାନଙ୍କୁ ଶିକାର ନ କରିବା ପାଇଁ ସାମାଜିକ ଅନୁଷ୍ଠାନ ପ୍ରେରଣା ପକ୍ଷରୁ ଜନସଚେତନତା କାର୍ୟ୍ୟକ୍ରମ ମଙ୍ଗଳାଯୋଡି ଜେଟି ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ୟ୍ୟକ୍ରମ ରେ ପ୍ରେରଣାର ଅଧ୍ୟକ୍ଷ ଡଃ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ନେତୃତ୍ବରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ଟାଗିଂ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନଧାତା , ଓଡ଼ିଶା ପାଇକ ସଂଘ ସଭାପତି ଡ ପ୍ରକାଶ ଶ୍ରୀ ଚନ୍ଦନ ଓ ସିନେ ଜଗତର କଳାକାର ମାନେ ପହଞ୍ଚି ପକ୍ଷୀ ସୁରକ୍ଷା ଉପରେ ଲୋକମାନଙ୍କୁ ସଚେତନ କରିଥିଲେ।ଏହି କାର୍ୟ୍ୟକ୍ରମ ରେ ସ୍ଥାନୀୟ ମଗଂଳାଯୋଡି ଅଂଚଳର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବାଲୁକା ଶିଳ୍ପୀ ଓ ଚିତ୍ର ଶିଳ୍ପୀ ମାନଙ୍କ ଦ୍ବାରା ସଚେତନତା ଧର୍ମୀ ସଭା ପୁରସ୍କାର ବିତରଣ ଉତ୍ସବ କରାଯାଇଥିଲା।ଚିଲିକାରେ ପକ୍ଷୀ ମାନଙ୍କୁ ସୁରକ୍ଷା ଦେବାପାଇଁ ପ୍ରେରଣା ଅନୁଷ୍ଠାନ ପକ୍ଷରୁ ଜଣେ ଯୁବତୀକୁ ଆମ୍ବାସାଡର ଭାବରେ ନିଯୁକ୍ତି ଦେଇଛନ୍ତି ଗ୍ରୀନ ଆର୍ମି ର ଅଧ୍ୟକ୍ଷ।

Leave a Reply

Your email address will not be published.