Sunday , January 29 2023
Breaking News
Home / ଶିକ୍ଷା / ନିରାକାରପୁର କଲେଜ ରେ ଏନସିସି ଦିବସ ପାଳିତ

ନିରାକାରପୁର କଲେଜ ରେ ଏନସିସି ଦିବସ ପାଳିତ

 ନିରାକାରପୁର, ୨୭/୧୧/୨୦୨୨(ଓଡ଼ିଶା ସମାଚାର)- କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ରେ‌ ଏନସିସି ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ସଞ୍ଜୟ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଏନସିସି ଦିଵସ ପାଳିତ ହୋଇଯାଇଛି । ଏହି ଦିବସରେ ନିରାକାରପୁର ଥାନା ଅଧିକାରୀଙ୍କଣୀ ଗିତାଞ୍ଜଳି ନାୟକ    ଅତିଥି ଭାବେ ଯୋଗ ଦେଇ କ୍ୟାଡେଟ ମାନଙ୍କୁ ଶୃଙ୍ଖଳା ରକ୍ଷା ଓ ଦେଶ ଗଠନ ରେ ଛାତ୍ର ଛାତ୍ରୀ ଙ୍କ ଭୂମିକା ଉପରେ ଉଦବୋଧନ ଦେଇଥିଲେ ।

ପ୍ରାରମ୍ଭ ରେ ଏନସିସି କ୍ୟାଡେଟ ମାନଙ୍କ ସହ ମାର୍ଚ୍ଚ ଫାଷ୍ଟରେ ଆସି କଲେଜ ଛକ ସ୍ଥିତ ସୁବାସ ବୋଷଙ୍କ ପ୍ରତିମୁର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ଏହା ପରେ ଅଧ୍ୟକ୍ଷ ଓ ଅତିଥି ମାନେ ମହାବିଦ୍ୟାଳୟ ପ୍ରାଙ୍ଗଣରେ ପତାକା ଉତ୍ତୋଳନ କରି ଛାତ୍ର ଛାତ୍ରୀ ମାନଙ୍କୁ ଦିବସ ର ଅନୁଚିନ୍ତା ଉପରେ ସମ୍ବୋଧନ ଦେଇଥିଲେ । ଅଧ୍ୟକ୍ଷ ଡ଼ ମହାପାତ୍ର ଓ ନିରାକାର ପୁର ଥାନା ଅଧିକାରିଣୀ ଗିତାଞ୍ଜଳି ନାୟକ ମହାବିଦ୍ୟାଳୟ ଲେଫ୍ଟନାଣ୍ଟ ଲକ୍ଷ୍ମୀ ପ୍ରିୟା ଚାନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ଅଧ୍ୟାପକ ଡ଼ ଜଗଦିଶ କର , ଡ଼ ମୃତ୍ୟୁ ଞ୍ଜୟ ରଥ , ସଂକର୍ଶଣ ପ୍ରଧାନ ,ଓ ପ୍ରକ୍ତ ଛାତ୍ର ଵିଧୁଭୁଷଣ ମହାରଣା ଉପସ୍ଥିତ ଥିଲେ ।

Leave a Reply

Your email address will not be published.