Sunday , January 29 2023
Breaking News
Home / ଶିକ୍ଷା / କଳାହାଣ୍ଡି ଜିଲ୍ଲାର ଥିଆମୁଲ ରାମ ପୁର ବ୍ଲକ୍ ସିଲେଟ ପଂଚାୟତ ର ପାଞ୍ଚ ବିଦ୍ୟାଲୟ ରେ ଶିକ୍ଷ୍ୟା ପାଇବାରୁ ଛାତ୍ର ଛାତ୍ରୀ ବଞ୍ଚିତ

କଳାହାଣ୍ଡି ଜିଲ୍ଲାର ଥିଆମୁଲ ରାମ ପୁର ବ୍ଲକ୍ ସିଲେଟ ପଂଚାୟତ ର ପାଞ୍ଚ ବିଦ୍ୟାଲୟ ରେ ଶିକ୍ଷ୍ୟା ପାଇବାରୁ ଛାତ୍ର ଛାତ୍ରୀ ବଞ୍ଚିତ

ଅଭିଯୋଗ ଆଣିଲେ ଅଞ୍ଚଳ ବାସୀ, ଶିକ୍ଷ୍ୟା ବିଭାଗ ନୀରବଦ୍ରଷ୍ଟା
କଳାହାଣ୍ଡି,୨୭/୧୧/୨୦୨୨ (ଓଡ଼ିଶା ସମାଚାର/ ସଂଜୟ ସିଂହ)- କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଗ୍ରାମାଞ୍ଚଳ ହେଉ କିମ୍ବା ସହରାଞ୍ଚଳ ଶିକ୍ଷ୍ୟା ର ବିକାଶ ପାଇଁ ଅହରହ ପ୍ରୟାସ କରୁଛନ୍ତି। ଏବଂ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ କରୁଛନ୍ତି । ଶିକ୍ଷ୍ୟା ସମସ୍ତେ କେମିତି ଭଲରେ ପାଇବେ ଏବଂ ଶିକ୍ଷ୍ୟା ରୁ କେହି ବଞ୍ଚିତ ନ ରହିବେ ବୋଲି ସମସ୍ତେ ପଢନ୍ତୁ ସମସ୍ତେ ବଢନ୍ତୁ ର ନରା ଦେଉଥିବା ବେଳେ ଏଠି କିଛି ଓଲଟା ଚିତ୍ର ଦେଖିବକୁ ମିଲୁଛି । ଦୁର୍ଭାଗ୍ୟ ର ବିଷୟ କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ଥୁଆମୁଲ ରାମପୁର ବ୍ଲକ୍ ଅନ୍ତର୍ଗତ ସିଲେଟ୍ ପଂଚାୟତ ଅଧିନସ୍ତ ବିଲାମାଲ, କଣ୍ଡୁଲ ଗୁଡା, ମାଳତୀ ପଦର,ସିଲେଟ, ଦାଣ୍ଡ ପଦର, ଗ୍ରାମ ଗୁଡ଼ିକ ରେ ରହିଛି ସରକାରୀ ପ୍ରାଥମିକ ବିଦ୍ୟାଳୟ । ହେଲେ ସେଠାରେ ସ୍କୁଲ ଗୃହ, କ୍ଲାସ ରୁମ୍, ବ୍ଲାକ ବୋର୍ଡ ଏବଂ ଶିକ୍ଷକ ମଧ୍ୟ ନିଯୁକ୍ତ ହୋଇଛନ୍ତି। ହେଲେ ଗ୍ରାମବାସୀ କହିବା ଅନୁଯାୟୀ କୋଉଠି ତିରିଶି ରୁ ଚାଳିଶି ତ କୋଉଠି ଚାଳିଶିରୁ ପଚାଶ ଜଣ ଛାତ୍ର ଛାତ୍ରୀ ଅଛନ୍ତି। ହେଲେ ସ୍କୁଲ କୁ ଶିକ୍ଷକ ମାସକୁ ଥରେ ଦୁଇ ଥର ତ କୋଉଠି ସଂପୂର୍ଣ୍ଣ ଭାବରେ ଆସୁନଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ଗ୍ରାମବାସୀ କହିବାନୁଯାୟୀ ଶିକ୍ଷ୍ୟା ବ୍ୟବସ୍ଥା ସଂପୂର୍ଣ୍ଣ ଠପ ହୋଇଯାଉଛି ଏବଂ କୋଉଠି ମଧ୍ୟାହ୍ନ ଭୋଜନ ଖାଇ ଛାତ୍ର ଛାତ୍ରୀ ମାନେ ଘରେ ରହି ଖେଳ କୁଦ କରୁଛନ୍ତି ତ କୋଉଠି ମଧ୍ୟାହ୍ନ ଭୋଜନ ସଂପୂର୍ଣ୍ଣ ବନ୍ଦ୍ ରହିଛି ବୋଲି ଗଣମାଧ୍ୟମ ସମ୍ମୁଖ ରେ ପ୍ରକାଶ କରିଛନ୍ତି । ଏଠାରେ ପ୍ରଶ୍ନବାଚୀ ସୃଷ୍ଠି ହେଉଛି, ବଡ଼ ବଡ଼ ଶିକ୍ଷ୍ୟା ଦାୟିତ୍ୱ ରେ ଥିବା ଡିଇଓ, ବିଇଓ, ସିଆରସି ଭଳି ଶିକ୍ଷ୍ୟା ଅଧିକାରୀ ବାବୁମାନେ କଣ କରୁଛନ୍ତି । ଦୃଷ୍ଟି କେମିତି ପଡୁନାହିଁ । କି ଜାଣିଶୁଣି ନ ଜାଣିଲା ପରି ଅଭିନୟ କରୁଛନ୍ତି। ଗ୍ରାମବାସୀ କହିବା ଅନୁଯାୟୀ କେବେ କେମିତି ମାସକୁ ଥରେ ଦୁଇ ଥର ଆସି କାମ ସାରି ଦିଅନ୍ତି । ପୂଜା ହେଉ କି ଫ୍ଲାଗ ଉତୋଳନ କରିବା ପାଇଁ ମାତ୍ର ଆସନ୍ତି , ନ ହେଲେ ଆସନ୍ତି ନାହିଁ ବୋଲି କହି ଦୁଃଖ ପ୍ରକାଶ କରିଛନ୍ତି। ପିଲା ପଢ଼ିଲେ କେତେ , ନ ପଢ଼ିଲେ କେତେ ଶିକ୍ଷକ ଙ୍କ ମାସକୁ ଦରମା ପାଇଲେ ହେଲା । ଏମିତି ଚାଲିଛି ଶିକ୍ଷ୍ୟା ବ୍ୟବସ୍ଥା । ଓଡ଼ିଶା ସମାଚାର

Leave a Reply

Your email address will not be published.