Sunday , May 28 2023
Breaking News
Home / ବିଶେଷ / ଅବକାରୀ ବିଭାଗର ଚଢ଼ାଉ: ୫୦ ଗ୍ରାମ ବ୍ରାଉନ ସୁଗାର ଜବତ ,୨ ଗିରଫ: ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା

ଅବକାରୀ ବିଭାଗର ଚଢ଼ାଉ: ୫୦ ଗ୍ରାମ ବ୍ରାଉନ ସୁଗାର ଜବତ ,୨ ଗିରଫ: ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା

ନିରାକାରପୁର, ୨୭/୧୧/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଜଙ୍କିଆ ଥାନା ଛଣଗିରି ଗ୍ରାମ ପଂଚାୟତର ତାରିଣୀ ଛକରେ ଚଢାଉ କରି ଦୁଇ ଜଣ ଧଳା ଜହର ବେପାରୀଙ୍କୁ ଟାଙ୍ଗୀ ଅବକାରୀ ବିଭାଗ ଗିରଫ କରିଛି। ଗିରଫ ଧଳା ଜହର ବେପାରୀ ଦ୍ୱୟ ହେଲେ ଛଣଗିରି ପାଟଣା ସାହିର ପ୍ରଶାନ୍ତ କୁମାର ସାହୁ ଓ ଅରୁଣ କୁମାର ବେହେରା ବୋଲି ଜଣା ପଡିଛି। ପ୍ରଶାନ୍ତ ସାହୁ ନିକଟରୁ ୩୫ ଗ୍ରାମ୍ ଧଳା ଜହର ଜବତ ହୋଇଥିବା ବେଳେ ଅରୁଣ ବେହେରା ଠାରୁ ୧୫ ଗ୍ରାମ ଧଳା ଜହର ଜବତ ହୋଇଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। କୈ।ଣସି ସୂତ୍ରରୁ ଖବର ପାଇ ଅବକାରୀ ଇନସପେକ୍ଟର ଆଲୋକ କୁମାର ପ୍ରଧାନଙ୍କ ନେତ୍ରୁତ୍ୱରେ ଏସ୍ ଆଇ ସୁନିତା ଦଳେଇ, ଏ ଏସ୍ ଆଇ ବିଶ୍ୱମ୍ବର ବିଶ୍ୱାଳ, କନେଷ୍ଟ ବଳ ରତ୍ନାକର ଜାଲି.,ଜିତେନ୍ଦ୍ର ହେମ୍ବ୍ରମ,ପୁରୁଷୋତମ ପାଇକରାୟ.,ଉର୍ମିଷ୍ଟା ସାମନ୍ତ ସିଂହାର ପ୍ରମୁଖ ଚଢ଼ାଉ ରେ ସାମିଲ ହୋଇଥିଲେ।

Leave a Reply

Your email address will not be published.