Wednesday , May 31 2023
Breaking News
Home / ବିଶେଷ / ଅପହୃତା ନାବାଳିକାକୁ ରାଜ୍ୟ ଵାହାରୁ ଉଦ୍ଧାର କଲା କିଶନନଗର ପୋଲିସ୍,ଅପହର୍ତ୍ତା ଗିରଫ

ଅପହୃତା ନାବାଳିକାକୁ ରାଜ୍ୟ ଵାହାରୁ ଉଦ୍ଧାର କଲା କିଶନନଗର ପୋଲିସ୍,ଅପହର୍ତ୍ତା ଗିରଫ

କଟକ ସଦର, ୨୭/୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା) – କିଶନନଗର ଥାନା ଅନ୍ତର୍ଗତ ସାଲେପୁର ନିର୍ବାଚନ ମଣ୍ଡଳୀ ରଟିଲୋ ପଞ୍ଚାୟତ ଵୋଇଲୋ ଗ୍ରାମର ଜନୈକା ନାଵାଳିକୁ ନେମାଳ ଥାନା ଅନ୍ତର୍ଗତ କଟକ ସଦର ନିର୍ବାଚନମଣ୍ଡଳୀ ଜନାର୍ଦ୍ଦନପୁର ପଞ୍ଚାୟତ ତିଲଦା ଗ୍ରାମର ଶିଵ ଦାସଙ୍କ ପୁଅ ସଂଗ୍ରାମ ଦାସ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା। ପୋଲିସ ଅନୁସନ୍ଧାନ ଚଳାଇ ରାଜ୍ୟ ଵାହାର ସୁରତରୁ ଅପହୃତା ନାବାଳିକା କୁନି ପରିଡା(ଛଦ୍ମନାମ) ଉଦ୍ଧାର କରିଵା ସହିତ ଅପହୃତ ସଂଗ୍ରାମକୁ ଧରି ଥାନାକୁ ଫେରିଛି।ଉଭୟଙ୍କୁ ଡାକ୍ତରୀ ମାଇନା କରାଯାଇଥିବା ଵେଳେ ଅପହୃତା ନାବାଳିକାକୁ ବସୁନ୍ଧରାରେ ରଖାଯାଇଛି।ଆଜି ରବିବାର ଅଭିଯୁକ୍ତ ସଂଗ୍ରାମକୁ ମାମଲା ନଂ ୨୦୮/୨୦୨୨ ଓ ପୋକ୍ସୋ ଦଫାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିଵ ଵୋଲି ଜଣାପଡିଛି।

Leave a Reply

Your email address will not be published.