Thursday , February 2 2023
Breaking News
Home / କୃଷି / ଯଶସ୍ୱୀ ପ୍ରଧାନମନ୍ତ୍ରୀ ଆଉ କେତେଦିନ ପରେ ଚାଷୀଙ୍କୁ ଉଚିତ ମୂଲ୍ୟ ଦେବେ

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଆଉ କେତେଦିନ ପରେ ଚାଷୀଙ୍କୁ ଉଚିତ ମୂଲ୍ୟ ଦେବେ

ପ୍ରଧାମନ୍ତ୍ରୀଙ୍କ ଇମାନଦାରୀ, କିଷାନଙ୍କ ସହ ଧୋକାଦାରୀ
ଭୁବନେଶ୍ୱର, ୨୬/୧୧/୨୦୨୨(ଓଡ଼ିଶା ସମାଚାର)- ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଜେପି ଯଶସ୍ୱୀ ପ୍ରଧାନମନ୍ତ୍ରୀ କହୁଛି । ପ୍ରଧାନମନ୍ତ୍ରୀଙ୍କ ଯଶସ୍ୱୀ ଗୁଣ କବେଳ ମିଥ୍ୟାଚାରୀ ଓ ଶଠତାରେ ସୀମିତ ରହିଛି । ପ୍ରଧାନମନ୍ତ୍ରୀ ଆଉ କାହାରି ଉପକାର କରନ୍ତି କି ନାହିଁ ଚାଷୀଙ୍କୁ ଢେର ପ୍ରତାରଣା କରିଛନ୍ତି । ୨୦୨୨ ମସିହା ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କିରବା ମିଥ୍ୟା ପ୍ରତିଶ୍ରୁତି ଦେଇ ଯଶସ୍ୱୀ ଗୁଣକୁ ପ୍ରମାଣିତ କରିଛନ୍ତି । ନରେନ୍ଦ୍ର ମୋଦି ସାରା ଦେଶରେ ଚାଷୀମାନଙ୍କ ସବୁଠୁ ବଡ଼ ଶତୃ । କାରଣ ଚାଷୀଙ୍କୁ ତାଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ନଦେଇ କେବଳ ଫମ୍ପା ଭାଷଣ ଶୁଣାଇ ଚାଲିଛନ୍ତି । ଚାଷୀଙ୍କୁ ଶିଡ଼ି ଭଳି ବ୍ୟବହାର କରି ପ୍ରଧାନମନ୍ତ୍ରୀ କ୍ଷମତାକୁ ଆସିଥିଲେ । କିନ୍ତୁ କ୍ଷମତାକୁ ଆସିଲା ପରେ ସେ ସମ୍ପୂର୍ଣ୍ଣ ଚାଷୀଙ୍କ ସ୍ୱାର୍ଥ କଥା ଭୁଲି ଯାଇଛନ୍ତି । ସାର, କୀଟନାଶକ ଓ ବିହନର ଦର ବୃଦ୍ଧି ପରେ ପ୍ରଧାନମନ୍ତ୍ରୀ ଚାଷୀ ସହୟତା ୬୦୦୦ରୁ ଅଧିକ ବୃଦ୍ଧି ନ କରିବା ତାହା ଚାଷୀମାନଙ୍କ ପ୍ରତି ଉପହାସ । କଂଗ୍ରେସ ଚାଷୀଙ୍କ ଋଣ ଛାଡ଼ କରୁଥିଲା । କିନ୍ତୁ ମୋଦି କର୍ପୋରେଟ କମ୍ପାନୀମାନଙ୍କୁ ରେକର୍ଡ଼ ପରିମାଣର ଋଣ ଛାଡ଼ କରି ସବୁ ପ୍ରଧାନମନ୍ତ୍ରୀଙ୍କୁ ଅତିକ୍ରମ କରିସାରିଛନ୍ତି । ପଦ୍ମପୁର ଉପ ନିର୍ବାଚନରେ ଚାଷୀମାନେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଭୋଟ ଦେବା ପୂର୍ବରୁ ନିଶ୍ଚିତ ଭାବେ ମନେ ପକାଇବା ଉଚିତ୍ । ଭାଜପା ନେତାମାନେ ଲୋୟର ପିଏମ୍ଜିରେ ଚାଷୀଙ୍କ ପାଇଁ ଟେଣ୍ଡ ମାରି ଯେଉଁ ଭାଷଣରେ କନ୍ଦାକଟା କରୁଛନ୍ତି ତାହା ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଧେଶ୍ୟ ପ୍ରଣୋଦିତ ବୋଲି ଚାଷୀନେତା ଅରୁଣ ଜେନା ଓ ସଂଗ୍ରାମ କିଶୋର କହିଛନ୍ତି । ଆଜି ଲୋୟର ପିଏମଜିରେ ମୋଦି ବିରୋଧୀ ସ୍ଲୋଗାନରେ ଚାଷୀମାନେ ପ୍ରକମ୍ପିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ଜେନା, ଅଶୋକ ମହାରଣା, ଅକ୍ଷୟ ଲେଙ୍କା, ବିଜୟ ରଥ, ଶୁଭେଚନ୍ଦୁ ମଲ୍ଲିକ, ପ୍ରବୀର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.