Thursday , February 2 2023
Breaking News
Home / ଶିକ୍ଷା / ଭୁବନ ମହିଳା ମହାବିଦ୍ୟାଳୟ ରେ ଭୋଟର ସଚେତନତା କାର୍ଯ୍ୟକ୍ରମ

ଭୁବନ ମହିଳା ମହାବିଦ୍ୟାଳୟ ରେ ଭୋଟର ସଚେତନତା କାର୍ଯ୍ୟକ୍ରମ

“ସୁସ୍ଥ , ମଜବୁତ ଗଣତନ୍ତ୍ର ପାଇଁ ଭୋଟର ହେବା ଓ ଭୋଟ ଦେବା ”
ଭୁବନ ୨୬/୧୧/୨୦୨୨(ଓଡ଼ିଶା ସମାଚାର)- ଭୁବନ ମହିଳା ମହାବିଦ୍ୟାଳୟ ରେ ନୂତନ ଭୋଟର ହେବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁକ୍ତ ଦୁଇ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପୋଥାଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷାନଗର ସହକାରୀ ଜିଲ୍ଲାପାଳ ମଦନ ମୋହନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ , ଓଡିଶା ଙ୍କ ନୂତନ ଭୋଟର ସଂଯୋଗ , ତୃଟି ସଂଶୋଧନ ,ନାମ ଅପସାରଣ , ଭୋଟର କାର୍ଡ ସହ ଆଧାର କାର୍ଡ ସଂଯୋଗ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । କାମାକ୍ଷାନଗର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ସ୍ନେହା ଦେବୀ ଭୋଟର ହେଲ୍ପ ଲାଇନ ଓ ଆପ୍ ମାଧ୍ୟମରେ କିଭଳି ଅତି ସହଜରେ ଭୋଟର ପଂଜିକରଣ ହୋଇପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ । ୨୦୨୩ ମସିହା ଜାନୁଆରୀ ୧ ,ଅପ୍ରେଲ ୧ , ଜୁଲାଇ ୧ ଓ ଅକ୍ଟୋବର ୧ ତାରିଖ ସୁଦ୍ଧା ଯେଉଁ ମାନଙ୍କର ବୟସ ୧୮ ବର୍ଷ ହେଉଛି ସେମାନେ ବୟସ ପ୍ରମାଣ ପତ୍ର ,ବାସସ୍ଥାନ ପ୍ରମାଣ ପତ୍ର ଓ ଗୋଟିଏ ପାସପୋର୍ଟ ଫଟୋ ମାଧ୍ୟମରେ ଭୋଟର ହେଲ୍ପ ଲାଇନ ଆପ୍ କିମ୍ବା ଗୁଗୁଲ କ୍ରୋମରେ ଏନଭିଏସପି ଡଟ ଇନ ମାଧ୍ୟମରେ ଡିସେମ୍ବର ୮ ତାରିଖ ସୁଦ୍ଧା ଅଗ୍ରୀମ ପଂଜିକରଣ କରିପାରିବେ ବୋଲି ସୂଚନା ଦିଆଯାଇଥିଲା । ସମ୍ମାନୀତ ଅତିଥି ଭାବେ ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଯୋଗଦେଇ ଏକ ସୁସ୍ଥ ଓ ମଜବୁତ ଗଣତନ୍ତ୍ର ପାଇଁ ଭୋଟର ହେବା ଓ ଭୋଟ ଦେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ପ୍ରଶାନ୍ତ ରାଉତରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ନିରଂଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପିକା ନମିତା ଦ୍ୱିବେଦୀ ,କର୍ମଚାରୀ ପ୍ରଫୁଲ୍ଲ ଦାସ , ମହେଶ୍ୱର ବୈଶାକ ଙ୍କ ତତ୍ୱାବଧାନରେ ମହିଳା ମହାବିଦ୍ୟାଳୟ , ମହିଳା ହାୟର ସେକେଣ୍ଡାରୀ ସ୍କୁଲ , କୁନିନ୍ଦା ସ୍ଥିତ ତପୋବନ ହାୟର ସେକେଣ୍ଡାରୀ ସ୍କୁଲ ଛାତ୍ରୀ ମାନେ ଏକ ସଚେତନତା ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ।

Leave a Reply

Your email address will not be published.