Sunday , January 29 2023
Breaking News
Home / ଶିକ୍ଷା / ଭୁବନ ମହିଳା ମହାବିଦ୍ୟାଳୟ ରେ ସମ୍ବିଧାନ ଦିବସ ପାଳିତ

ଭୁବନ ମହିଳା ମହାବିଦ୍ୟାଳୟ ରେ ସମ୍ବିଧାନ ଦିବସ ପାଳିତ

ଭୁବନ ୨୬/୧୧/୨୦୨୨(ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା (ଏନଏସଏସ) ଓ ମୋ କଲେଜ ଅଭିଯାନ ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ପ୍ରୋଗ୍ରାମ ଅଫିସର ନିରଂଜନ ନାୟକ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଯୋଗଦେଇ ସମ୍ବିଧାନର ସୁରକ୍ଷା ଆମ ଦ୍ୱାରା ହୋଇପାରିବ । ଆମେ ଆମର ଅଧିକାର ସାବ୍ୟସ୍ତ୍ୟ କରିବା ସହ ଯଦି କର୍ତବ୍ୟ ଠିକ ଭାବରେ ପାଳନ କରିବା ତେବେ ଏକ ବିକଶିତ ରାଷ୍ଟ୍ରର ନାଗରିକ ହେବାର ଗୌରବ ଅନୁଭବ କରିବା ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ଡ. ମମତା ପାତ୍ର ସମ୍ବିଧାନ ଆମ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ତିଆରି ହୋଇଛି ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ପ୍ରଶାନ୍ତ ରାଉତରାୟ ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦକରଙ୍କ ସ୍ମୃତିଚାରଣ କରିବା ସହ ସର୍ବ ବୃହତ ସମ୍ବିଧାନ ସମ୍ବନ୍ଧ ଉପରେ ଆଲୋକପାତ କରିଥିଲେ । ଶେଷରେ ନିରଂଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.