Thursday , June 1 2023
Breaking News
Home / ବିଶେଷ / ନେହେରୁ ଯୁବକେନ୍ଦ୍ର ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ନେହେରୁ ଯୁବକେନ୍ଦ୍ର ପକ୍ଷରୁ ସମ୍ବିଧାନ ଦିବସ ପାଳିତ

କେନ୍ଦ୍ରାପଡ଼ା,୨୬/୧୧/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସମ୍ବିଧାନ ଦିବସ ସ୍ଥାନୀୟ ରାମନଗରପାଟଣାସ୍ଥିତ କିଟ୍ ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କିଟ୍ ର ଅଧ୍ୟକ୍ଷ ପ୍ରଭାତ କୁମାର ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ଜଲ୍ଲା ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି କରୁଣାକର ଦାସ ମୁଖ୍ୟ ଅତିଥି ଯୋଗଦେଇ ସମ୍ବିଧାନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ ମେଜର ଭରତ ଚନ୍ଦ୍ର ଜେନା ଯୋଗଦେଇ ସମ୍ବିଧାନ ପ୍ରଣୟନକୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରିବାକୁ ଅନୁପ୍ରେରିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀଧର କୁମାର ମହାନ୍ତି ଏକ ବ୍ୟଙ୍ଗାତ୍ମକ କବିତା ପାଠ କରି ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ । କିଟର ପ୍ରତିଷ୍ଠାତା ବିଶ୍ୱଜିତ ଦାସ ସମ୍ବିଧାନ ପ୍ରଣୟନ ସମ୍ପର୍କରେ ବହୁ ତଥ୍ୟମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ । କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ମୃତୁ୍ୟଞ୍ଜୟ ମହାନ୍ତି ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଲକ୍ଷ୍ମୀକାନ୍ତ ଜେନା, ହରପ୍ରିୟା ଦାସ, ଲକ୍ଷ୍ମୀସାଗର ମହାନ୍ତି ପ୍ରମୁଖ ପରିଚାଳନା କରିଥିବା ବେଳେ ଶେଷରେ ସ୍ୱେଛାସେବୀ ନମିତା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.