ନିରାକାରପୁର, ୨୬/୧୧/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନିରାକାରପୁର ପଞ୍ଚାୟତରେ ଗତ ୨୩ ତାରିଖ ରେ ଅନୁଷ୍ଠିତ ମାସିକିଆ ବୈଠକରେ ସରପଂଚ, ସମିତିସଭ୍ୟା ଓ ୱାର୍ଡ ମେମ୍ବର ମାନଙ୍କ ମଧ୍ୟରେ ଉନ୍ନତିମୂଳକ କାର୍ଯ୍ୟ , ୱାର୍ଡ ମେମ୍ବର ମାନଙ୍କ ଦରମାକୁ ନେଇ ଯୁକ୍ତିତର୍କ, କଥା କଟାକଟି ହୋଇ କଥା ଥାନାକୁ ଯାଇଥିଲା। ସରପଂଚ କାଦମ୍ବିନୀ ବେହେରା ତାଙ୍କୁ ପଞ୍ଚାୟତରେ ଅଟକ ରଖି ଗାଳିଗୁଲଜ କରାଯାଇଥିଲା ବୋଲି ସମିତି ସଭ୍ୟା ଓ ତାଙ୍କ ସ୍ୱାମୀଙ୍କ ନାମରେ ନିରାକାରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପରେ ଗତ କାଲି ଉଭୟଙ୍କ ତରଫରୁ ଦୁଇଟି ମାମଲା ଥାନାରେ ରୁଜୁ ହୋଇଥିବାବେଳେ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ସରପଂଚ ତାଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରିଛନ୍ତି ବୋଲି ସମିତି ସଭ୍ୟା ଲୋପାମୁଦ୍ରା ଦାଶ ଙ୍କ ପ୍ରତିନିଧି ତାଙ୍କ ସ୍ଵାମୀ ଶୁଭମ୍ ଦାଶ କହିଛନ୍ତି। ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ସେ ଜଣାଇଥିଲେ କି ସରପଂଚ ଛାଡିଥିବା ଭିଡ଼ିଓକୁ ପ୍ରଥମେ ଅନୁଶୀଳନ କରାଯାଉ । ଏହା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ଭଳି ଅନୁଭବ ହେଉ ଥିବା ଜଣାପଡିଛି ।ସରପଂଚ ଏତଲାରେ ପୋଲିସ ତାଙ୍କୁ ଉଦ୍ଧାର କରିଥିବା କହୁଥିବାବେଳେ ପ୍ରକୃତରେ ତାଙ୍କ ଦାଦା ଙ୍କ ଗାଡ଼ିରେ ସେ ଘରକୁ ଯାଇଥିବା ର ଯଥେଷ୍ଟ ପ୍ରମାଣ ଥିବା କଥା ସେ ଜାଣିଥିଲେ। ଜଣେ ଖଳନାୟିକା ନିରାକାରପୁର ପଞ୍ଚାୟତରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବାକୁ ଗୋଡା ଲୋକନାଥଙ୍କ ନିକଟରେ ନିୟମ କରାଇ ଥିବା କହି ନାମକୁ ଗୋପନ ରଖି ଥିଲେ। ତଥାପି ସମସ୍ତେ ଏକଜୁଟ ହୋଇ ନିରାକାରପୁର ବିକାଶରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ସମିତି ସଭ୍ୟା ଙ୍କ ଦୁଇ ପୁତ୍ରଙ୍କ ଶରୀର ଅସୁସ୍ଥ ଥିବାରୁ ତାଙ୍କ ପାଇଁ ମଙ୍ଗଳା ଯୋଡ଼ି ସମିତି ସଭ୍ୟା କାସ୍ତୁରୀ ପାଣିଗ୍ରାହୀ ଓ ପ୍ରତିନିଧି ଶୁଭମ୍ ଦାଶ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ।