Thursday , February 2 2023
Breaking News
Home / ବିଶେଷ / ନିରାକାରପୁର ପଂଚାୟତ ସରପଂଚ ଓ ସମିତିସଭ୍ୟା, ୱାର୍ଡ଼ ସଭ୍ୟସଭ୍ୟାଙ୍କ ବିବାଦ: ଦୁଇଟି ମାମଲା ରୁଜୁ

ନିରାକାରପୁର ପଂଚାୟତ ସରପଂଚ ଓ ସମିତିସଭ୍ୟା, ୱାର୍ଡ଼ ସଭ୍ୟସଭ୍ୟାଙ୍କ ବିବାଦ: ଦୁଇଟି ମାମଲା ରୁଜୁ

ନିରାକାରପୁର, ୨୬/୧୧/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନିରାକାରପୁର ପଂଚାୟତ ସରପଂଚ, ସମିତିସଭ୍ୟା ଓ ୱାର୍ଡ଼ ସଭ୍ୟସଭ୍ୟାଙ୍କ ମଧ୍ୟରେ ନିର୍ବାଚନଠାରୁ ଏକ ପ୍ରକାର ଶୀତଳ ଯୁଦ୍ଧ ଚାଲିଛି । ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖାଯାଉଛି । ଫଳରେ ଦିନକୁ ଦିନ ଗୋଟିଏ ଗୋଷ୍ଠୀରୁ ଉଭୟ ନିର୍ବାଚିତ ହୋଇଥିଲେ ବି ବର୍ତମାନ ଉଭୟଙ୍କ କଳି ଥାନା ଫାଣ୍ଡି ପର୍ଯ୍ୟନ୍ତ ପହଂଚି ଗଲାଣି । ଉଭୟଙ୍କ ତରଫରୁ ପୃଥକ ପୃଥକଭାବେ ଦୁଇଟି ମାମଲା ଥାନାରେ ରୁଜୁ ହୋଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ କି ଗତ ୨୩ ତାରିଖରେ ନିରାକାରପୁର ପଂଚାୟତ କାର୍ଯ୍ୟାଳୟରେ ମାସିକିଆ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ବୈଠକରେ ସରପଂଚ କାଦମ୍ବିନୀ ବେହେରା , ନାଏବ ସରପଂଚ ସ୍ୱପ୍ନେଶ୍ୱର ରାଉତରାୟଙ୍କ ସମେତ ସମିତି ସଭ୍ୟା ଲୋପାମୁଦ୍ରା ଦାଶ ଓ ସମସ୍ତ ୱାର୍ଡ଼ ସଭ୍ୟସଭ୍ୟାମାନେ ଉପସ୍ଥିତ ଥିଲେ । କିଛି ଉନ୍ନତିମୂଳକ କାର୍ଯ୍ୟ ଓ ୱାର୍ଡ଼ ସଭ୍ୟସଭ୍ୟାମାନଙ୍କ ଦରମାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ପରେ ପାଟିତୁଣ୍ଡ ହୋଇଥିଲା । ଏହାକୁ ନେଇ ସରପଂଚ ତାଙ୍କୁ ପଂଚାୟତରେ ଅଟକ ରଖାଯାଇଥିବା ସହ ତାଙ୍କୁ ସମିତିସଭ୍ୟାଙ୍କ ସ୍ୱାମୀ ପାଟିତୁଣ୍ଡ କରିଥିବାର ଅଭିଯୋଗ କରି ଲିଖିତ ଅଭିଯୋଗ ପତ୍ରରେ ସରପଂଚଙ୍କ ସ୍ୱାମୀ ଦସ୍ତଖତ କରି ଥାନାକୁ ସମିତିସଭ୍ୟା ଲୋପାମୁଦ୍ରାଙ୍କ ସ୍ୱାମୀଙ୍କ ନାମରେ ଦେଇଥିଲେ । ଏହି ଘଟଣାଦିନ ଉଭୟ ପକ୍ଷରୁ ଲୋକମାନେ ଥାନାରେ ରାତି ପର୍ଯ୍ୟନ୍ତ ଡ଼େରା ପକାଇଥିଲେ ବି କୌଣସି ସମାଧାନ ହୋଇ ପାରି ନଥିଲା । ଆଜି ସରପଂଚଙ୍କ ଅଭିଯୋଗକୁ ଗ୍ରହଣ କରାଯାଉ ନଥିବା ଦର୍ଶାଇ ଥାନାରେ ସରପଂଚ ଓ ତାଙ୍କ ଶାଶୁ ଆସି କେସ ପଞ୍ଜିକରଣ ନକଲ ମାଗି ଅପେକ୍ଷା କରିଥିଲେ ।ପୋଲିସ ଉକ୍ତ ଅଭିଯୋଗ ପତ୍ରରେ ସ୍ୱାମୀଙ୍କ ଦସ୍ତଖତ ଥିବାରୁ ଆଉ ଏକ ଅଭିଯୋଗ ପତ୍ର ସରପଂଚଙ୍କ ଦସ୍ତଖତ କରି ଦେବାକୁ ପରାମର୍ଶ ଦେଇଥିଲେ । ଏହାକୁ ନେଇ ଥାନା ଅଧିକାରିଣୀ ଗୀତାଞ୍ଜଳୀ ନାୟକ ୨୪୮ /୨୨ କେସନଂ ମାମଲା ରୁଜୁ କରିଥିବାବେଳେ ୱାର୍ଡ଼ ସଭ୍ୟସଭ୍ୟା ଓ ସମିତି ସଭ୍ୟା ଲୋପାମୁଦ୍ରା ଦାଶ ସେମାନଙ୍କୁ ପଂଚାୟତ କାର୍ଯ୍ୟାଳୟରେ ଅଟକ ଏବଂ ସରପଂଚ ଙ୍କ ସ୍ୱାମୀଙ୍କ ଦୁର୍ବବ୍ୟବହାର ସଂପର୍କରେ ଏକ ଲିଖିତ ଅଭିଯୋଗକୁ ଭିତି କରି ଏକ ପାଲଟା କେସନଂ ୨୪୯ /୨୨ ରୁଜୁ କରି ତଦନ୍ତ ଚଲାଉଛି ।

Leave a Reply

Your email address will not be published.