କଟକ ସଦର, ୨୬/୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ଵିକାଶ ପରିଷଦ ସଭାପତି ତଥା କଟକ ସଦର ନିର୍ବାଚନମଣ୍ଡଳୀର ଜଣାଶୁଣା ଯୁଵ ସମାଜସେବୀ,ଦୃଢ ସଂଗଠକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଆଜି (ଶନିବାର ଦିନ) ଭିନ୍ନ ଭିନ୍ନ ସମୟରେ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ସୈ।ଜନ୍ୟ ମୂଳକ ସାକ୍ଷାତ କରି ସାଂପ୍ରତିକ ରାଜନୈତିକ ପାଣିପାଗ ସମ୍ପର୍କରେ ଆଲୋଚନା କରିଛନ୍ତି। ଭୁବନେଶ୍ୱର ଠାରେ ଏକ କାର୍ଯ୍ୟକ୍ରମରେ ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ସାକ୍ଷାତ କରି ତାଙ୍କର ତୃଣମୂଳ ସ୍ତରରୁ କାର୍ଯ୍ୟ ଦକ୍ଷତା ପାଇଁ ପରିଷଦ ପକ୍ଷରୁ ମାନପତ୍ର ସହ ସମ୍ବର୍ଦ୍ଧିତ କରିଥିଲେ।
ସେହିପରି କଟକ ଠାରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି କନ୍ଦରପୁର ଠାରେ ଆବଶ୍ୟକତା ଦୃଷ୍ଟିରୁ ଦାବି ହୋଇ ଆସୁଥିଵା ରେଳ ଓଭରଵ୍ରିଜ୍ ନିର୍ମାଣ ଉପରେ ଅଧିକ ଗୁରୁତ୍ବ ଦେଵା ସହ ନୂଆଵଜାର ଗୋଶାଳା ରୋଡରେ କଛପ ଗତିରେ ଚାଲିଥିବା ଓଭରଵ୍ରିଜର ନିର୍ମାଣ କାମକୁ ତ୍ବରାନ୍ବିତ କରିବାକୁ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ପକ୍ଷରୁ ପ୍ରାର୍ଥୀ ହେଵା ପାଇଁ ଇଂ ସେଠୀଙ୍କର ଆଗୁଆ ସଜଵାଜ ଏହି ସାକ୍ଷାତକାରର ମୂଳ ଉଦ୍ଦେଶ୍ୟ ବୋଲି ଚର୍ଚ୍ଚା ଯୋର ଧରିଛି ।