Thursday , February 2 2023
Breaking News
Home / କ୍ରୀଡ଼ା / ଡିଏଭି ପୋଖରୀପୁଟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

ଡିଏଭି ପୋଖରୀପୁଟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

ଭୁବନେଶ୍ୱର, ୨୬/୧୧/୨୦୨୨(ଓଡ଼ିଶା ସମାଚାର)- ଡିଏଭି ପୋଖରୀପୁଟରେ ବାର୍ଷିକ କ୍ରୀଡ଼ା ମହୋତ୍ସବ ଉଦଯାପିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି କ୍ରୀଡ଼ା ଉତ୍ସବକୁ ବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଜାତା ଉଦଘାଟନ କରିବା ସହିତ ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ କ୍ରୀଡ଼ା ଅପରିହାର୍ଯ୍ୟ ବୋଲି ନିଜ ଅଭିଭାଷଣରେ କହିଥିଲେ । କ୍ରୀଡ଼ା ବିଭାଗର ମୁଖ୍ୟ ନବକିଶୋର ମହାପାତ୍ର କ୍ରୀଡ଼ାର ନିୟମାବଳୀ ସମ୍ପର୍କରେ ଅବଗତ କରିବା ସହିତ ନିର୍ଦ୍ଧାରିତ ନିୟମକୁ ପାଳନ କରି ଏକନିଷ୍ଠ ଭାବରେ ଖେଳିବାକୁ ପରାମର୍ଶ ଦେଇଥିଲେ । ଏହି ପ୍ରତିଯୋଗିତାରେ ଷଷ୍ଠଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏକ ହଜାରରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଦୌଡ଼, ଉଚ୍ଚଡିଆଁ, ଲମ୍ବଡିଆଁ, ଗୋଳାଫିଙ୍ଗା, ଥାଳିଆଫିଙ୍ଗା ଆଦି ବିଭିନ୍ନ ବିଭାଗରେ ସକ୍ରିୟ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଏବଂ କାଂସ୍ୟ ପଦକ ସହିତ ମାନପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ସମସ୍ତ ନିରୀକ୍ଷକ, ନିରୀକ୍ଷିକା ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କ୍ରୀଡ଼ାକୁ ସୁଚାରୁରୂପେ ପରିଚାଳନା ନିମନ୍ତେ ସହଯୋଗ କରିଥିଲେ । କ୍ରୀଡ଼ାବିଭାଗର ଶିକ୍ଷକ ଦୀପକ ରଞ୍ଜନ ବେହେରା, ଶିକ୍ଷୟିତ୍ରୀ ପୂର୍ଣ୍ଣିମା ପଣ୍ଡା ବିଭିନ୍ନ କ୍ରୀଡ଼ାକୁ ପ୍ରତ୍ୟକ୍ଷ ତତ୍ୱାବଧାନ ପୂର୍ବକ ପରିଚାଳନା କରିଥିଲେ ।

Leave a Reply

Your email address will not be published.