Thursday , February 2 2023
Breaking News
Home / ରାଜନୀତି / ଜିଲ୍ଲା କଂଗ୍ରେସ ଭବନରେ ଜାତୀୟ ସମ୍ବିଧାନ ଦିବସ ପାଳିତ

ଜିଲ୍ଲା କଂଗ୍ରେସ ଭବନରେ ଜାତୀୟ ସମ୍ବିଧାନ ଦିବସ ପାଳିତ

କେନ୍ଦ୍ରାପଡ଼ା,୨୬/୧୧/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ଭବନ ପରିସରରେ ଜାତୀୟ ସମ୍ବିଧାନ ଦିବସ  ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଜିଲ୍ଲା କଂଗ୍ରେସ ସଭାପତି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଭାରତବର୍ଷର ସ୍ୱାଧୀନତା ପ୍ରାପ୍ତି ପରେ ଜନସାଧାରଣଙ୍କ ଚଳଣି, ବାକ୍ ସଂଯମତା, ଭାଇଚାରାର ପରମ୍ପରା, ବିଭିନ୍ନ ଧର୍ମାବଲମ୍ବିମାନଙ୍କୁ ଏକତା ଡୋରିରେ ବାନ୍ଧି ରଖିବା, ଭାରତ ବର୍ଷର ଅଖଣ୍ଡତା ବଜାୟ ରଖିବା ଆଦି ବିଷୟ ଉପରେ ସମ୍ବିଧାନ ଦୃଷ୍ଟି ଦେଇଛି ବୋଲି ନିଜର ଅଭିଭାଷଣରେ ସଭାପତି ଶ୍ରୀ ମହାନ୍ତି ଆଲୋକପାତ କରିଥିଲେ । ବରିଷ୍ଠ ଆଇନଜୀବୀ ତଥା କେନ୍ଦ୍ରାପଡା ଓକିଲ ସଂଘ ସଭାପତି ଧ୍ରୁବ ଚରଣ ଜେନା ଭାରତର ସମ୍ବିଧାନ ପ୍ରଣୟନ ସଭା ଜାତୀୟ କଂଗ୍ରେସ ୨୮୭ଜଣ ସଭ୍ୟଙ୍କୁ ନେଇ ଗଠିତ କରାଇବାର ଯଥାର୍ଥତା ଉପରେ ନିଜ ମତ ଉପସ୍ଥାପନ କରିଥିଲେ । ସମ୍ବିଧାନ ପ୍ରଣୟନ ସଭାର ମୁଖ୍ୟ ଡଃ. ଭୀମରାଓ ଆମ୍ବେଦକରଙ୍କ ସମେତ ସମସ୍ତ ସଦସ୍ୟମାନଙ୍କର ସମୟାନୁ ବର୍ତୀ ପଦକ୍ଷେପ ନିମନ୍ତେ ସାଧୁବାଦ ଅର୍ପଣ କରିଥିଲେ । ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ ଦାସ ସଭାରେ ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କୁ ସମ୍ବିଧାନର ମୁଖବନ୍ଧ ଶପଥ ପାଠ କରାଇଥିଲେ । ଏହି ବୈଠକରେ ପ୍ରାକ୍ତନ ପୌରପାଳ ମହମ୍ମଦ ଆକବର ଅଲ୍ଲୀ, ରାଜ୍ୟ କଂଗ୍ରେସ ଆଇନ ପ୍ରକୋଷ୍ଠର ଉପସଭାପତି ଧରଣୀଧର ସୁଆର, ବରିଷ୍ଠ କଂଗ୍ରେସ ନେତା ଫକିର ଚରଣ ଖଟୁଆ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ମୁକ୍ତାର ଖାଁ, ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି, ବ୍ଲକ କଂଗ୍ରେସ ସଭାପତି ମଙ୍ଗୁଳି ଚରଣ ବେହେରା, ରବିନାରାୟଣ ବେହେରା, କବିନ୍ଦ୍ର ସାମଲ, ରଘୁନାଥ ସେଠୀ, ଜିଲ୍ଲା  ସଂଖ୍ୟାଲଘୁ ବିଭାଗର ସେଖ ଅରମାନ, ବିରଂଚି ନାରାୟଣ ଦାସ, ଯୁବ କଂଗ୍ରେସର ଓଁକାର ମହାନ୍ତି, ନିରଞ୍ଜନ ରାଉତ, ଶିବ ପ୍ରସାଦ ବିଶ୍ୱାଳ, ସୌମେନ୍ଦ୍ର ପୃଷ୍ଟି, ତରୁଣରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published.