ନିରାକାରପୁର, ୨୬/୧୧/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କମାଗୁରୁ ସ୍ଥିତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂତନ ଭୋଟର ପଞ୍ଜିକରଣ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସିଆରସିସି ବଳଭଦ୍ର ସେଠୀ, ବିଲ ଓ ବିଜୟ ମାନସିଂହ ଓ ବିଲ ଓ ଅକ୍ଷୟ କୁମାର ରାଉତ, ମୁଖ୍ୟ ଆଲୋଚନା ଭାବେ ଅଧ୍ୟାପିକା ଡ. ରେଣୁବାଳା ସାମନ୍ତରାୟ ପ୍ରମୁଖ ଯୋଗଦେଇ ୧୮ ବର୍ଷ ହେଉଥିବା ଛାତ୍ରଛାତ୍ରୀ ମାନେ ନିଜକୁ ଭୋଟର ତାଲିକା ରେ ପଞ୍ଜିକରଣ କରି ଦେଶର ସମୃଦ୍ଧିରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ।
ଭୋଟ ଦେବା ଆମ ସମସ୍ତଙ୍କ ର ମୌଳିକ ଅଧିକାର । ତେଣୁ ନିଜେ ସଚେତନ ହୋଇ ଅନ୍ୟ ମାନଙ୍କୁ ଏଥିରେ ସାମିଲ ହେବାକୁ କହିବାକୁ ଜଣାଇଥିଲେ। ଶେଷରେ ଅଧିକାରୀ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।