୩୦ରେ ଜବାବ ଦିଅ ରାଲି
ଭୁବନେଶ୍ୱର, ୨୬/୧୧/୨୦୨୨(ଓଡ଼ିଶା ସମାଚାର)- ଋ୍ୟାଗିଙ୍ଗ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଯାହାଦ୍ୱାରା ନିରୀହ ଛାତ୍ର ଋ୍ୟାଗିଙ୍ଗ ର ଶିକାର ହୋଇ ମୁଣ୍ଡ ଗଡୁଛି । କେତେବେଳେ ଅକଥନୀୟ ଅତ୍ୟାଚାରର ଶିକାର ହୋଇ ମାନସିକ ଭାରସାମ୍ୟ ହରାଉଛନ୍ତି । ରୁଚିକା ମହାନ୍ତି ଋ୍ୟାଗିଙ୍ଗ ଜନିତ ହତ୍ୟା ମାମଲାରେ ଆନ୍ଦୋଳନ ହୋଇ ୭ଖଣ୍ଡ ମହାଭାରତ ହେଲା ପରେ ବି ସରକାର ଚେତିଲେ ନାହିଁ । ରୁଚିକା ମହାନ୍ତି ଆନ୍ଦୋଳନରେ ସରକାର ସତ୍ୟ ଚପାଇ ଦେବାକୁ ବରଂ ଉଦ୍ୟମ କଲେ । କିନ୍ତୁ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତି ନହେଉ ଏହା ଚାହିଁଲେ ନାହିଁ । ଯାହାର ପରିଣତି ସ୍ୱରୂପ ପୁଣି ବ୍ରହ୍ମପୁର, ବୁର୍ଲାରେ ଋ୍ୟାଗିଙ୍ଗ ହେଲା ।
ନବନିର୍ମାଣ ଯୁବଛାତ୍ର ସଂଗଠନର ଅଭିଯୋଗ ରୁଚିକା ମହାନ୍ତି ହତ୍ୟା ଘଟଣାକୁ ଯଦି ରାଜ୍ୟ ସରକାର ଓ ଶିକ୍ଷା ବିଭାଗ ଗମ୍ଭିରତାର ସହ ନେଇଥାନ୍ତେ ତେବେ ଆଜିର ବିକଟସ୍ଥିତି ଉପୁଜି ନଥାନ୍ତା । ଋ୍ୟାଗିଙ୍ଗ ଭଳି ମାନସିକ ବିକୃତିର ସମାଧାନ ପାଇଁ ରାଜ୍ୟ ସରକାର ସମାଧାନ ସୂତ୍ର ନ ଦେଖାଇ ଯେଭଳି ବିଫଳତା ଲୁଚାଉଛନ୍ତି ଏହା ଅତ୍ୟନ୍ତ ସାଂଘାତିକ ଓ ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ଜୁଲାଇ ୨ରୁ ରୁଚିକା ମହାନ୍ତି ହତ୍ୟା ଘଟଣାର ତଦନ୍ତ ପାଇଁ ମାସ ମାସ ଧରି ତାଙ୍କ ମୋବାଇଲ ସିଙ୍ଗାପୁର, ଦୁବାଇ ପଠାଯାଇଛି ବୋଲି କୁହାଗଲା । ଜୁଲାଇ ୨ ହତ୍ୟା ଘଟଣାରେ ଜୁଲାଇ ୧୨ରେ ମୋବାଇଲ ଅନ୍ ହୋଇଛି । ରୁଚିକାଙ୍କ ମା ଅଭିଯୋଗ କରିଛନ୍ତି ଯେ, ମୋ ଝିଅକୁ ସମ୍ପୂର୍ଣ୍ଣ ଭାବେ ହତ୍ୟା କରାଯାଇଛି । ଏବେ ବିନାୟକରେ ଯେଭଳି ବର୍ବର ଓ ଲଜ୍ଜାଜନକ ଭାବେ ଋ୍ୟାଗିଙ୍ଗ ଘଟଣା ଘଟିଛି ଓ ଯେଉଁଥିରେ ଛାତ୍ର ବିଜେଡ଼ି ନେତା ସମ୍ପୃକ୍ତ ଅଛନ୍ତି, ସେହିଭଳି ମା’ମାନଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ ଭୋଟ ହାତେଇବାକୁ ନବୀନ ସରକାର ବ୍ୟାକୁଳ ହେଲାବେଳେ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ସାମାନ୍ୟ ତତ୍ପର ନାହାଁନ୍ତି ।
ଗାଁକୁ କାମ, ମା’ଙ୍କୁ ସମ୍ମାନ ସ୍ଲୋଗାନ ଦେଉଥିବା ସରକାର ମହିଳାମାନଙ୍କ ସୁରକ୍ଷା ପାଇଁ କେତେ ତତ୍ପର ତାହା ରୁଚିକା ମହାନ୍ତି ଘଟଣାରୁ ସ୍ପଷ୍ଟ ହେଲା । ଋ୍ୟାଗିଙ୍ଗ ନାହିଁ ବୋଲି ଶିକ୍ଷା ସଚିବ ବାରମ୍ବାର କହି ଆସୁଥିବା ବେଳେ ଏବେ ଋ୍ୟାଗିଙ୍ଗ ବିସଙ୍ଗତିକୁ ମୁଣ୍ଡାନ୍ତୁ ବୋଲି ନବନିର୍ମାଣ ଛାତ୍ରଯୁବ ସଂଗଠନର ରାଜ୍ୟ ସଂଯୋଜକ ମନୱାର ଅଲ୍ଲୀ ଅଭିଯୋଗ କରିଛନ୍ତି । ଯଦି ସରକାର ଋ୍ୟାଗିଙ୍ଗ ଘଟଣାରେ ସନ୍ତୋଷଜନକ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି, ତେବେ ଆଗାମୀ ୩୦ ତାରିଖରେ ବିଧାନସଭା ସମ୍ମୁଖରେ ସଂଗଠନର କମକର୍ତାମାନେ ଆନ୍ଦୋଳନ କରିବେ । ସରକାରଙ୍କୁ ଏହି ଘଟଣା ପରେ ଋ୍ୟାଗିଙ୍ଗ ର ମୂଳୋତ୍ପାଟନ ପାଇଁ ବାଧ୍ୟ କରାଯିବ ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଯୁବଛାତ୍ର ସଂଯୋଜକ ମନୱାର ଅଲ୍ଲୀ, ରୁଚିକା ମହାନ୍ତିଙ୍କ ମା’ ବିଦୁ୍ୟତପ୍ରଭା ମହାନ୍ତି, ଭୁବନେଶ୍ୱର ଛାତ୍ର ସଂଯୋଜକ ଅମିତ ଜେନା, କାଜଲ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।