ଜୁନାଗଡ଼ , ୨୬/୧୧/୨୦୨୨(ଓଡ଼ିଶା ସମାଚାର/ ରାକେଶ ବେମାଲ ) – ଜୁନାଗଡ଼ – କଳାହାଣ୍ଡି ୟୁନିଭରସିଟି ର ପ୍ରଥମ ଇଣ୍ଟର୍ କଲେଜ ବ୍ୟାଡମିଂଟନ ପ୍ରତିଯୋଗିତା ଜୁନାଗଡ ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ କୁ ଅୟୋଜିତ କରିବାପାଇଁ ସୁଯୋଗ ଦିଆଯାଇଥିଲା । ଏହି ଅବସରରେ କଳାହାଣ୍ଡି ଓ ନୂଆପଡା ମିଶି ୧୨ ଗୋଟି କଲେଜ ଅଂଶ ଗ୍ରହଣ କରିଥିଲେ । ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ୟୁନିଭରସିଟି ଅନ୍ତର୍ଗତ ସମସ୍ତ କଲେଜ ରୁ ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ପି ଆଇ କଲେଜ ଅଧ୍ୟକ୍ଷ ଶ୍ରୀ ବିଭୂତି ଭୂଷଣ ମେହେର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଭାଇସ ଚାନସେଲର ପ୍ରଫେସର ସଂଜୟ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଥିଲେ । ସମ୍ମାନିତ ଅତିଥି ଭାବେ ମେଜର ଜୟଦେବ ସାହୁ ସାମ୍ବାଦିକ ସଂଘ ସଭାପତି ଶ୍ରୀ ହିମାଂଶୁ ଶେଖର ବରାଡ, ପ୍ରଧ୍ୟାପକ ଶ୍ରୀ ସରୋଜ ଠାକୁର ,ଅଧ୍ୟାପକ ପ୍ରିୟବ୍ରତ ବଣୁଆ,ଖେଳ ଅଧ୍ୟାପକ ସମୀର କୁମାର ସାହୁ,ଖେଳ ଅଧ୍ୟାପକ ଧର୍ମଗଡ଼ ଅଭୟ କୁମାର,ନୂଆପଡ଼ା ଖେଳ ଅଧ୍ୟାପକ ଶ୍ରୀ ପ୍ରକାଶ କୁମାର ସାହୁ ଅବଜରଭର ଭାବେ ଯୋଗଦାନ କରିଥିଲେ । ସରୋଜ କୁମାର ପଣ୍ଡା ଖେଳ ଅଧ୍ୟାପକ ଖରିଆର ସ୍ବୟଂଶାସିତ କଲେଜ, ହଳଧର ସାହୁ ଅଧ୍ୟାପକ କଳାହାଣ୍ଡି ୟୁନିଭରସିଟି ଓ ସମସ୍ତ ଅତିଥି ମାନେ ବିଗତ ବର୍ଷ ମାନଙ୍କରେ ପାଠ ପଢା ସହ ସମସ୍ତ ପ୍ରକାର ଖେଳ କଳାହାଣ୍ଡି ୟୁନିଭରସିଟି ଆୟୋଜିତ କରୁଥିବାରୁ ଉପସ୍ଥିତ ଭାଇସ ଚାନସେଲର ଶ୍ରୀ ଶତପଥୀ ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।
ଏବଂ ଉପସ୍ଥିତ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ । ଶ୍ରୀ ଶତପଥୀ ମଧ୍ୟ ନିଜ ଚୁମ୍ବକୀୟ ଅଭିଭାଷଣ ରେ କଥା କମ୍ କାମ ବେଶୀ ନୀତି ଉପରେ ଗୁରୁତ୍ଵ ଆରୋପ କରିଥିଲେ ଓ ନିଜ ସମର୍ଥ ମୁତାବକ ପରିଶ୍ରମ କରି କଳାହାଣ୍ଡି ୟୁନିଭରସିଟି କୁ ଏକ ଆଦର୍ଶ ଭାବେ ଉଭା କରିବା ପାଇଁ ଆହ୍ଵାନ ଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ଶ୍ରୀ ପ୍ରିୟବ୍ରତ ବଣୁଆ ଧନ୍ୟବଦ ଅର୍ପଣ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ବିଜ୍ଞାନ ର ଶେଷ ବର୍ଷ ଛାତ୍ରୀ ଅନନ୍ୟା ଅଭିପ୍ସା । ଦୀପକ ସାଗର କୁମାର, ସୁମନ ପାଣିଗ୍ରାହୀ, ଓ ଅନିଶ ହାସଡା ଖେଳ ପରିଚାଳନା କରିଥିଲେ ।