Saturday , June 10 2023
Breaking News
Home / ବିଶେଷ / ଅନନ୍ୟା ସାହିତ୍ୟ ସଂସଦ ପକ୍ଷରୁ ବିଶିଷ୍ଟ ଗବେଷକ ଡଃ ଏକାଦଶୀ ପାଢ଼ୀଙ୍କ ବିୟୋଗରେ ଶୋକ

ଅନନ୍ୟା ସାହିତ୍ୟ ସଂସଦ ପକ୍ଷରୁ ବିଶିଷ୍ଟ ଗବେଷକ ଡଃ ଏକାଦଶୀ ପାଢ଼ୀଙ୍କ ବିୟୋଗରେ ଶୋକ

ଯାଜପୁର, ୨୬/୧୧/୨୦୨୨(ଓଡ଼ିଶା ସମାଚାର)- ଅନନ୍ୟା ସାହିତ୍ୟ ସଂସଦ ପକ୍ଷରୁ ଯାଜପୁର ଜିଲ୍ଲା ବିରଜା ଐତିହ୍ୟ, ସଂସ୍କୃତି ଓ ପ୍ରାଚୀନ ପରମ୍ପରାର ଗବେଷକ ସୁସାହିତି୍ୟକ ଏକାଦଶୀ ପାଢ଼ୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯାଇଛି । ସ୍ୱର୍ଗତ ପାଢ଼ୀ ଅନନ୍ୟା ସାହିତ୍ୟ ସଂସଦ ତଥା ରାଜ୍ୟସ୍ତରୀୟ ଯାଜପୁରର ପୁସ୍ତକ ମେଳାର ଆଜୀବନ ବରିଷ୍ଠ ଉପଦେଷ୍ଟା ଭାବରେ ସବୁବେଳେ ସୁଚିନ୍ତିତ ପରାମର୍ଶ ଦେଉଥିଲେ । ସେ ଜଣେ ବାଗ୍ମୀ, ବିଶିଷ୍ଟ ଲେଖକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୁରାତନ ସଂସ୍କୃତିର ଜଣେ ସକି୍ରୟ ଗବେଷକ ଓ ମୂର୍ତିତତ୍ୱର ବିଶ୍ଳେଷକ ଭାବରେ ଯାଜପୁର ଜିଲ୍ଲା ଏବଂ ଓଡ଼ିଶାର ବହୁ ସାମାଜିକ ସାହିତି୍ୟକ ଓ ସାଂସ୍କୃତିକ ମଂଚରେ ତାଙ୍କର ଓଜସ୍ୱନୀ ବକ୍ତୃତା ମାଧ୍ୟମରେ ପ୍ରତିପାଦନ କରି ଯାଇଛନ୍ତି । ତାଙ୍କର ବିୟୋଗରେ ଯାଜପୁରର ସଂସ୍କୃତି, କଳା, ଐତିହ୍ୟ ଓ ସାରସ୍ୱତ ଗବେଷଣା କ୍ଷେତ୍ରରେ ଅପୂରଣୀୟ ସ୍ଥାନ ସୃଷ୍ଟି ହେଲା । ସେ ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦର ଜଣେ ସକି୍ରୟ ସଦସ୍ୟ ଥିଲେ । ବିରଜା ମନ୍ଦିର ପଣ୍ଡିତ ସଭାର ସେ ଜଣେ ବିଶିଷ୍ଟ ସଦସ୍ୟ ଭାବରେ ବିରଜା ପଞ୍ଜିକାର ପ୍ରକାଶନ ଓ ବିରଜା ମନ୍ଦିରର ନୀତିକାନ୍ତି, କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲେ । ତାଙ୍କର ବିୟୋଗରେ ଅନନ୍ୟାର ସଭାପତି ସନ୍ତୋଷ କୁମାର ନନ୍ଦ, ସଂମ୍ପାଦକ କାହ୍ନୁ ଚରଣ ମିଶ୍ର, ଉପସଭାପତି ବିଭୂତି ଭୂଷଣ ମହାପାତ୍ର, ସଂଗଠକ ସମ୍ପାଦକ ହୃଷିକେଶ ପତି, ସାଂସ୍କୃତିକ ସଂପାଦକ ପାଣ୍ଡବ ଚରଣ ସାହୁ, ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ସାମଲ, ପ୍ରାକ୍ତନ ଅଧ୍ୟକ୍ଷ ଉଦୟ ନାରାୟଣ ପରିଡ଼ା, ଅଧ୍ୟକ୍ଷ ଅନୀଲ କୁମାର ମହାନ୍ତି, ଅଧ୍ୟକ୍ଷ ଅଶୋକ କୁମାର ଦାଶ, ଡଃ ଜ୍ଞାନ ରଂଜନ ପତି, ଶିକ୍ଷାବିତ ଦଶରଥ ସାମଲ, ଶିକ୍ଷାବିତ ପ୍ରଫୁଲ୍ଲ ସାମଲ, କବି ଗିରିଧାରୀ ସ୍ୱାଇଁ, ଅଧ୍ୟାପକ ବଳରାମ ମହାନ୍ତି, ଅଧ୍ୟକ୍ଷ ବିନୋଦ ବିହାରୀ ନାୟକ, ଅଧ୍ୟାପକ ମଳୟ କୁମାର ଜେନା, ଅଧ୍ୟାପକ ସୁଧାଂଶୁ ରଥ, ଆଡଭୋକେଟ ସମରେନ୍ଦ୍ର ଦାସ, ଆଡଭୋକେଟ୍ ମନୋଜ ନାଥ, କବି ଅଖିଳ ମୋହନ ଦାଶ, କବି ଜିତେନ୍ଦ୍ର ବେହେରା, କବି ବିଷ୍ଣୁ ମୋହନ ଦଳାଇ, ବ୍ୟଙ୍ଗ କବି ଓମ୍ ପଣ୍ଡା, ବ୍ୟଙ୍ଗ କବି ବାଇଧର ମାଝୀ, ଚିରନ୍ତନୀ ସାଂପାଦକ ସଂଯୁକ୍ତା ମହାପାତ୍ର, କବୟତ୍ରୀ ଲକ୍ଷ୍ମୀପି୍ରୟା ରାଉତରାୟ, ପ୍ରଭାକର ମିଶ୍ର, ଶ୍ରୀନିବାସ ମହାନ୍ତି, ମନ୍ମଥ ରାୟ, ଅଧ୍ୟାପିକା ବିଜୟ ଲକ୍ଷ୍ମୀ ଜେନା, ଅଧିକାରୀ ନବକିଶୋର ଦାସ, ନିର୍ମଳା ବାଳା ମିଶ୍ର, ରବି ଶତପଥି, ଆଦିତ୍ୟ ମହାନ୍ତି, କାର୍ତିକ ସ୍ୱାଇଁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ସେଙ୍ଗ ସେଙ୍ଗ ତାଙ୍କର ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published.