Saturday , December 3 2022
Breaking News
Home / ବିଶେଷ / ଲାଞ୍ଚ ନେବା ମାମଲା: ବରିଷ୍ଠ କିରାଣିଙ୍କୁ ୨ବର୍ଷ ଜେଲ ଦଣ୍ଡ

ଲାଞ୍ଚ ନେବା ମାମଲା: ବରିଷ୍ଠ କିରାଣିଙ୍କୁ ୨ବର୍ଷ ଜେଲ ଦଣ୍ଡ

କଟକ, ୨୫/୧୧/୨୦୨୨(ଓଡ଼ିଶା ସମାଚାର)-ଲାଞ୍ଚ ନେବା ମାମଲାର ବିଚାରକରି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଗୁରୁବାର ଜଣେ ଅବସରପ୍ରାପ୍ତ ବରିଷ୍ଠ କିରାଣିଙ୍କୁ  ଦୋଷୀ ସାବ୍ୟସ୍ତ କରିଛନ୍ତି । ତାଙ୍କୁ  ୨ବର୍ଷ ଜେଲ ଦଣ୍ଡ ସାଙ୍ଗକୁ ୧୦ହଜାର ଟଙ୍କା ଜୋରିମାନା ନିର୍ଦେଶ ଦେଇଛନ୍ତି। ଜୋରିମାନା ଦେଇ ନପାରିଲେ ସେ ଅଧିକ ୬ମାସ ଅଧିକ ଜେଲ ଦଣ୍ଡ ଭୋଗିବେ ବୋଲି କୋର୍ଟ ତାଙ୍କର ଆଦେଶରେ ସ୍ପଷ୍ଟ କରିଛନ୍ତି।

ସୂଚନା ମୁତାବକ, ଆଇଜିଆର(ଇନ୍ସପେକ୍ଟର ଜେନେରାଲ ରେଜିଷ୍ଟ୍ରେସନ) ରେଣୁକା ଦେବୀ ବରିଷ୍ଠ କିରାଣି ଭାବେ କାର୍ଯ୍ୟ କରୁଥିଲେ। ଘରୋଇ ହସ୍ପିଟାଲ ସଂଘର ପ୍ରମାଣପତ୍ର ପଞ୍ଜୀକରଣ କରିବା ଲାଗି ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଭିଜିଲାନ୍ସ ବିଭାଗ ୪୨/୧୧ରେ ଏକ ମାମଲା ରୁଜୁକରି ରେଣୁକାଙ୍କ ବିରୁଧରେ ଚାର୍ଜସିଟ୍ ଦାଖଲ କରିଥିଲା। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ମାମଲାର ବିଚାର କରି ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରେଣୁକାଙ୍କୁ ଚାକିରିରୁ ବହିଷ୍କାର କରିବା ଲାଗି ସମ୍ପୃକ୍ତ ବିଭାଗକୁ ଭିଜିଲାନ୍ସ ଲିଖିତ ଭାବେ ଅବଗତ କରିଛି। ଭିଜିଲାନ୍ସ ବିଭାଗର ପୂର୍ବତନ ଇନ୍ସପେକ୍ଟର ନାରାୟଣ ପଟ୍ଟନାୟକ ଏହି ତଦନ୍ତ କରୁଥିବା ବେଳେ ସ୍ବତନ୍ତ୍ର ପି.ପି. ରାକେଶ ସାହୁ ମାମଲା ପରିଚାଳନା କରୁଥିଲେ।

Leave a Reply

Your email address will not be published.