Saturday , December 3 2022
Breaking News
Home / ବିଶେଷ / ‘ବରିଷ୍ଠ ନାଗରିକଙ୍କୁ ନିର୍ଯ୍ୟାତନା ଦିଆଯାଇ ପାରିବ ନାହିଁ’

‘ବରିଷ୍ଠ ନାଗରିକଙ୍କୁ ନିର୍ଯ୍ୟାତନା ଦିଆଯାଇ ପାରିବ ନାହିଁ’

କଟକ, ୨୫/୧୧/୨୦୨୨(ଓଡ଼ିଶା ସମାଚାର)- ବୟସ୍କ ପିତାମାତାଙ୍କୁ ପୁଅ ବୋହୂ ବା ଝିଅ ହଇରାଣ କରି ପାରିବେ ନାହିଁ । ବରିଷ୍ଠ ନାଗରିକଙ୍କୁ  କୌଣସି ପରିସ୍ଥିତିରେ ନିର୍ଯ୍ୟାତନା ଦିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଅନ୍ତରୀଣ ନିର୍ଦେଶ ଦେଇଛନ୍ତି। ଭୁବନେଶ୍ୱରର ଗୋଲାପ ମିଶ୍ର ନାମ୍ନୀ ୭୫ ବର୍ଷୀୟା ବୃଦ୍ଧ ନିଜ ପୁଅ ବୋହୂ ହଇରାଣ ହରକତ କରୁଥିବା ନେଇ ମାମଲା ଦାୟର କରିଥିଲେ। ଗୋଲାପ ନିଜେ ଘର କରିଥିବାବେଳେ ପୁଅବୋହୂ ତାଙ୍କୁ ଘରୁ ବାହାର କରି ଦେଇଥିବା ଅଭିଯୋଗ ହୋଇଛି। ଗୋଲାପଙ୍କ ଶ୍ରମ ଓ ଅର୍ଥରେ ତିଆରି ହୋଇଥିବା ଘରୁ ପୁଅବୋହୂଙ୍କୁ ବାହାର କରିବା ପାଇଁ ପୁଲିସକୁ ନିର୍ଦେଶ ଦେବାକୁ ସେ ହାଇକୋର୍ଟରେ ପ୍ରାର୍ଥନା କରିଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ବୟସ୍କା ମହିଳାଙ୍କ ଯେଭଳି କୌଣସି ଅସୁବିଧା ନ ହେବ ଏବଂ ତାଙ୍କୁ କୌଣସି ପ୍ରକାର ନିର୍ଯ୍ୟାତନା ଯେ ଦିଆ ନ ଯିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଆଇଆଇଆସିଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଏହା ସହିତ ବୟସ୍କା ବୃଦ୍ଧା ଓ ତାଙ୍କ ପୁଅବୋହୂ ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ପହଞ୍ଚି ଏହି ସମସ୍ୟାର ଆପୋଷ ସମାଧାନ କରିବାକୁ ନିର୍ଦେଶ ଦେଇଛନ୍ତି। ଡିସେମ୍ବର ୨୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମକଦ୍ଦମା ପରିଚାଳନା କରୁଛନ୍ତି ।

Leave a Reply

Your email address will not be published.