Thursday , February 2 2023
Breaking News
Home / ଶିକ୍ଷା / ପାଟକୁରା ନୋଡାଲ କେନ୍ଦ୍ର  ଅଧିନରେ ୨୧୨୨ ଛାତ୍ର ଛାତ୍ରୀ ମାଟ୍ରିକ୍ ସମେଟିଭ ୧  ପରୀକ୍ଷା ଦେଲେ , ୩୦ ଅନୁପସ୍ଥିତ 

ପାଟକୁରା ନୋଡାଲ କେନ୍ଦ୍ର  ଅଧିନରେ ୨୧୨୨ ଛାତ୍ର ଛାତ୍ରୀ ମାଟ୍ରିକ୍ ସମେଟିଭ ୧  ପରୀକ୍ଷା ଦେଲେ , ୩୦ ଅନୁପସ୍ଥିତ 

 ଗରଦପୁର, ୨୫/୧୧/୨୦୨୨(ଓଡ଼ିଶା ସମାଚାର)-ପାଟକୁରା ନୋଡ଼ାଲ ପରୀକ୍ଷା କେନ୍ଦ୍ର ଅଧିନରେ ୨୧୨୨ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ସମେଟିଭ ୧ ପରୀକ୍ଷା ଦେଉଥିବାବେଳେ ୩୦ଜଣ ଛାତ୍ର ଛାତ୍ରୀ ପରୀକ୍ଷା ନଦେଇ ଅନୁପସ୍ଥିତ ରହିଛନ୍ତି । ପାଟକୁରା ନୋଡାଲ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଂଟ ମଳୟ କୁମାର ପାଣିଙ୍କ ସୂଚନା ଅନୁସାରେ ପାଟକୁରା ନୋଡାଲ ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ୨୦୧ ଜଣ ଛାତ୍ରଛାତ୍ରୀ  ପରୀକ୍ଷା ଦେବାର ବ୍ୟବସ୍ଥା ରହିଥିବାବେଳେ,ଏହି କେନ୍ଦ୍ରରେ୨୦୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପାଖଡ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ସମସ୍ତ ୧୭୭ ଜଣ ପରୀକ୍ଷା ଦେଉଛନ୍ତି । ତଳକୁସୁମା-ଗୋବିନ୍ଦପୁର ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ୧୯୨ଜଣ ଙ୍କ ମଧ୍ୟରୁ୧୯୧ଜଣ ପରୀକ୍ଷା ଦେଉଥିବାବେଳେ, କୋରୁଆ ସରକାରୀ ହାଇସ୍ୁଲ କେନ୍ଦ୍ରରେ ୧୮୫ ଜଣ ଙ୍କ ମଧ୍ୟରୁ ୧୮୩ ଜଣ,କୁଦାନଗରୀ ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ୧୯୩ଜଣ ଙ୍କ ମଧ୍ୟରୁ୧୮୫ଜଣ,ରାଧାରମଣ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ୨୨୦ ଜଣ ଙ୍କ ମଧ୍ୟରୁ ୨୧୮ଜଣ,ଆଖୁଆ-ଓଢଙ୍ଗ କେନ୍ଦ୍ରରେ ସମସ୍ତ ୨୨୮ ଜଣ,ଗ୍ରାମଶକ୍ତି ହାଇସ୍କୁଲ ,ପେଣ୍ଠ ପରୀକ୍ଷା କେନ୍ଦ୍ରରେ ୧୯୮ଜଣ ରୁ ୧୯୭ଜଣ,ଜୟରାମ ହାଇସ୍କୁଲ କରିଲୋପାଟଣା ପରିକ୍ଷାକେନ୍ଦ୍ରରେ ୧୮୫ ଜଣ ଙ୍କ ମଧ୍ୟରୁ ୧୬୧,ଛକନା ଶାରଦା ଏକାଡେମୀ ପରୀକ୍ଷା କେନ୍ଦ୍ରରେ ସମସ୍ତ ୧୮୫ଜଣ ଓ ଅନ୍ତେଇ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୨୧୨ଜଣ ଙ୍କ ମଧ୍ୟରୁ୨୦୦ଜଣ ଛାତ୍ର ଛାତ୍ରୀ  ପରୀକ୍ଷା ଦେଉଛନ୍ତି । ଜିଲାପାଳଙ୍କ ଦ୍ୱାରା ଗଠିତ ସ୍କାର୍ଡ ଓ ଜିଲା ଶିକ୍ଷା ଅଧିକାରୀଙ୍କ ସ୍ୱତନ୍ତ୍ର ସ୍କାର୍ଡ ବିଭିନ୍ନ ପରୀକ୍ଷା କେନ୍ଦ୍ରଗୁଡିକୁ ପରିଦର୍ଶନ କରୁଛନ୍ତି । ଗରଦପୁର ବିଡ଼ିଓ ଧର୍ମ ରଂଜନ ପଣ୍ଡା ଓ ତହସିଲଦାର ସନ୍ତୋଷ କୁମାର ସାହୁ ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ତଦାରଖ କରୁଛନ୍ତି । ଚଳିତ ବର୍ଷ ପ୍ରତି ପରୀକ୍ଷାକେନ୍ଦ୍ର ପାଇଁ ଜଣେ ଲେଖାଏଁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି ।  ପାଟକୁର ନୋଡାଲ ପରିକ୍ଷାକେନ୍ଦ୍ରର ଷ୍ଟ୍ରଙ୍ଗ୍ରୁମ୍ ରେ ପ୍ରଶ୍ନପତ୍ରଗୁଡିକୁ କଡା ପୁଲିସ ପ୍ରହରା ମଧ୍ୟରେ ରଖାଯାଇଥିବା ନୋଡାଲ ପରୀକ୍ଷାକେନ୍ଦ୍ରର ସୁପରିଟେଣ୍ଡେଂଟ ଶ୍ରୀ ପାଣି ସୂଚନା ଦେଇଛନ୍ତି । ଏଥି ସହିତ ତଳକୁସୁମା ହାଇସ୍କୁଲ ପରୀକ୍ଷାକେନ୍ଦ୍ର,ରାଧାରମଣ ହାଇସ୍କୁଲ ପରୀକ୍ଷାକେନ୍ଦ୍ର ଓ କୋରୁଆ ସରକାରୀ ହାଇସ୍କୁଲ ପରୀକ୍ଷାକେନ୍ଦ୍ର ରେ ମୋଟ୪୫ଜଣ ସଂସ୍କୃତ ମଧ୍ୟମା ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ,ସେମାନଙ୍କ ମଧ୍ୟରୁ ୩୯ଜଣ ପରୀକ୍ଷା ଦେଉଛନ୍ତି  ଓ ୬ଜଣ ଅନୁପସ୍ଥିତ ରହିଥିବା ସୂଚନା  ।

Leave a Reply

Your email address will not be published.