ଖୋର୍ଦ୍ଧା,୨୫/୧୧/୨୦୨୨(ଓଡ଼ିଶା ସମାଚାର)- ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ମହିଳା ସରପଞ୍ଚ କାର୍ଯ୍ୟ କରୁଥିବା ବେଳେ ବାହାରୁ ପକାଇଲେ ତାଲା। ନିରାକାରପୁର ମହିଳା ସରପଞ୍ଚ କାଦମ୍ବିନୀ ବେହେରା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଗତ ୨୩ତାରିଖରେ କାର୍ଯ୍ୟ କରୁଥିବା ବେଳେ ବାହାରୁ ପକାଇଲେ ତାଲା।ତାଲା ପକାଇଲେ ନିରାକାରପୁର ସମିତି ସଭ୍ୟାଙ୍କ ସ୍ୱାମୀ ଶୁଭମ ଦାଶ।ଏ ନେଇ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସରପଞ୍ଚ କାଦମ୍ବିନୀ ବେହେରାଙ୍କ ସ୍ୱାମୀ ପିଣ୍ଟୁ ବେହେରା। ପୋଲିସ ମାମଲା ରୁଜୁ କରି ଚୁପ ବସିଥିବାରୁ ଆଜି ନିରାକାରପୁର ସରପଂଚ ଥାନା ଗେଟ ସମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି।ସରପଞ୍ଚ କାଦମ୍ବିନୀ ବେହେରା କିଛି ସମୟ ଥାନା ସମ୍ମୁଖରେ ବସିବା ପରେ ଏଫଆଇଆର କପି ସରପଂଚଙ୍କ ସ୍ବାମୀଙ୍କୁ ମିଳିଛି।
ମାତ୍ର ପରେ ସରପଞ୍ଚ ନିଜେ ତାଙ୍କ ପ୍ୟାଡରେ ଲିଖିତ ଅଭିଯୋଗ କରିବା ପରେ ଆଇଆଇସି ଏହାକୁ ଗ୍ରହଣ କରି ନଥବାରୁ ସରପଞ୍ଚ ଅସନ୍ତୋଷ ପ୍ରକାଶ କରି ଖୋର୍ଦ୍ଧା ଏସ୍ପିଙ୍କ ଦୃଷ୍ଟି ଗୋଚର କରିବା ପରେ ଇତାଲିଆ ଗ୍ରହଣ କରିଥିଲେ। ପୂର୍ବରୁ ସରପଞ୍ଚ ଓ ତାଙ୍କ ସ୍ୱାମୀ କୁ ଜୀବନରେ ମାରିଦେବାର ଧମକ ମିଳୁଥିବା ବେଳେ ପୋଲିସ ଚୁପ ରହୁଥିବା ଭଳି ଏକ ସଗିଂନ ଅଭିଯୋଗ ସରପଞ୍ଚ ଓ ତାଙ୍କ ଶାଶୁ ମା ଅଭିଯୋଗ କରିଛନ୍ତି। ଏ ବାବଦରେ ସମିତି ସଭ୍ୟାଙ୍କ ସ୍ବାମି ଶୁଭମ ଦାଶଙ୍କୁ ପଚାରିବାରେ ଏଭଳି କିଛି ହୋଇନାହିଁ ବୋଲି ସୂଚନା ଦେଇଥିଲେ। ଥାନା ଅଧିକାରିଣୀ ଗୀତାଞ୍ଜଳି ନାୟକ ତଦନ୍ତକୁ ଭିତ୍ତି କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।