Saturday , June 10 2023
Breaking News
Home / ବିଶେଷ / ନିଜ ଗାଁ ଵାରଦା ଓ ରାଜ୍ୟର ଗୈ।ରଵ ଆଣିଲେ ଡାକ୍ତର ଉଦୀତ ସୈ।ରଭ

ନିଜ ଗାଁ ଵାରଦା ଓ ରାଜ୍ୟର ଗୈ।ରଵ ଆଣିଲେ ଡାକ୍ତର ଉଦୀତ ସୈ।ରଭ

କଟକ ସଦର, ୨୫/୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଅଞ୍ଚଳ ଵାରଦା ଗ୍ରାମର ତଥା କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସପିଟାଲରେ ଅସ୍ଥିଶଲ୍ୟ ଵିଭାଗରେ କାର୍ଯ୍ୟରତ ଡାକ୍ତର ଉଦୀତ ସୈ।ରଭ ସାହୁ (ବାପୁଜୀ) ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱ।ରା ରାଜ୍ୟର ୧୮ ଜଣଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଭୂଵନେଶ୍ୱର କନଭେନସନ ସେଣ୍ଟର,ଲୋକସେଵା ଭଵନରେ ଶୁକ୍ରବାର ସଂଧ୍ୟାରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ସହକାରୀ ପ୍ରଫେସର ଭାବେ ନିଯୁକ୍ତି ପତ୍ର ଗ୍ରହଣ କରି ଗ୍ରାମ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଡାକ୍ତର ଉଦୀତସୈ।ରଭ ଛାତ୍ର ଜୀଵନରୁ ମେଧାବୀର ପରିଚୟ ସୃଷ୍ଟି କରି ସଵୁ ବେଳେ ପ୍ରଥମ ସ୍ଥାନ ଅଧିକାର କରିଆସିଛନ୍ତି। ସୂଚନାଯୋଗ୍ୟ ଯେ ଦାମୋଦର ସାହୁ ଓ ଉର୍ବଶୀ ସାହୁଙ୍କର ଉଦୀତ ସୈ।ରଭ ଏକମାତ୍ର ପୁତ୍ର ହୋଇଥିବା ଵେଳେ ତାଙ୍କ ପତ୍ନୀ ଲେପାଖି ମଞ୍ଜରୀ ମଧ୍ୟ ନିସ୍ତେଜକ ବିଭାଗର ଡ଼ାକ୍ତର ଅଛନ୍ତି।ଏହି ପରିପ୍ରେକ୍ଷୀରେ ଡାକ୍ତର ସାହୁଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିଲା ଵେଳେ ନିଖିଳ ଉତ୍କଳ ପାଟରା ସମିତିର ପଞ୍ଚ ଅଧିକାରୀ ଧରଣୀଧର ବେହେରା,କିଶନନଗର ଶାଖା(ଆଞ୍ଚଳିକ ଚକଲା) ସଭାପତି ଗୋକୁଳାନନ୍ଦ ବୈଶାଖ, ପୂର୍ବତନ ରାଜ୍ୟ ଉପସଭାପତି ତଥା କଟକ ସଦର ବିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ଚରଣ ବେହେରା ପ୍ରମୁଖ ଡାକ୍ତର ଉଦୀତ ସୈ।ରଭଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି ।

Leave a Reply

Your email address will not be published.