କେନ୍ଦ୍ରାପଡ଼ା, ୨୫/୧୧/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ମିଳିତ କ୍ରୀୟାନୁଷ୍ଠାନ କମିଟିର ଏକ ବୈଠକ ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ପ୍ରାଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସମ୍ପାଦକ ଆଇନଜୀବୀ ରମଣୀରଞ୍ଜନ ରାଉତରାୟଙ୍କ ଦ୍ୱାରା ବିଗତ ଦିନର କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ ଓ ଆଗାମୀ ଡିସେମ୍ବରମାସ ପ୍ରଥମ ସପ୍ତାହରେ ରାଜକନିକା ଠାରୁ ଏକ ପଦଯାତ୍ରା ବାହାରି କେନ୍ଦ୍ରାପଡା ମେଡିକାଲ ଛକସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତୀ ନିକଟରେ ସମାପନ ହେବ ବୋଲି ନିଷ୍ପତିି ଗ୍ରହଣ କରାଯାଇଛି । ପ୍ରତ୍ୟେକ ପଂଚାୟତରେ ବୈଠକ ଅନୁଷ୍ଠିତ ହୋଇ ଏସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ । ଜିଲ୍ଲାର ୨୪୯ଟି ଗ୍ରାମପଂଚାୟତ ସମେତ କେନ୍ଦ୍ରାପଡା ଏବଂ ପଟ୍ଟାମୁଣ୍ଡାଇ ପୌରାଂଚଳର ପ୍ରତ୍ୟେକ ୱାର୍ଡରୁ ଲୋକମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମକୁ ସଫଳ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ପ୍ରଫୁଲ୍ଲ କୁମାର ଦାସ, ଗୟାଧର ଧଳ, ଆଦିକନ୍ଦ ରାଉଳ, ପୂର୍ବତନ ବିଦାୟକ ଚିନ୍ମୟ ପ୍ରସାଦ ବେହୁରା, ଫକିର ଚରଣ ଖଟୁଆ, କରୁଣାକର ଦାସ, ଧରଣୀଧର ସାହୁ, ସୀତାକାନ୍ତ ଦାସ, ପ୍ରତାପ ଚନ୍ଦ୍ର ପରିଡା, ଅମୀୟ ନାୟକ, ରଞ୍ଜନ କୁମାର ମଲିକ, ମହେନ୍ଦ୍ର କୁମାର ପରିଡା, ଶ୍ରୀଧର କୁମାର ମହାନ୍ତି, ଗୋଲକ ଚନ୍ଦ୍ର ମହାଭୋଇ, ପ୍ରଭାକର ସାମଲ, ସଞ୍ଜୟ କୁମାର ବସନ୍ତିଆ, ଭଜହରି ପ୍ରଧାନ, ଅକ୍ଷୟ କୁମାର ମଲିକ ପ୍ରମୁଖ ଯୋଗଦେଇ କେନ୍ଦ୍ରାପଡାର ହକ ପାଇଁ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ ।
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ମିଳିତ କ୍ରୀୟାନୁଷ୍ଠାନ କମିଟିର ପ୍ରସ୍ତୁତି ବୈଠକ