କେନ୍ଦ୍ରାପଡ଼ା, ୨୫/୧୧/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଅଖିଳ ଭାରତ କୃଷକ ସଭା ଓ ରାମଚଣ୍ଡୀ କୃଷକ ସଭା, ବତୀଘର ପକ୍ଷରୁ ଏକ ମିଳିତ ବୈଠକ ସାଥି ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ କେନ୍ଦ୍ରାପଡା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏ.ଆଇ.କେ.ଏସ.ର ଜିଲ୍ଲା ଆବାହକ ସାଥି ପଦ୍ମନାଭ ଦାସ ବର୍ତମାନ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସମସ୍ତ ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ପ୍ରଦାନ କରି ତାଙ୍କ ଠାରୁ ଧାନ କ୍ରୟ କରିବା, କେନ୍ଦ୍ରାପଡାରେ ଏକ ବୃହତ ସରକାରୀ ଶୀତଳ ଭଣ୍ଡାର ପ୍ରତିଷ୍ଠା, ଫସଲ ବୀମା ପ୍ରଦାନ, ଜଳସେଚନ ଓ ଜଳ ନିଷ୍କାସନ ପ୍ରଭୃତି ଉପରେ ଆଲୋଚନା କରିଥିଲେ । ଏଥିସହିତ ରାମଚଣ୍ଡୀ କୃଷକ ସଭାର ସମ୍ପାଦକ ସାଥି କୈଳାସ ସାହୁ, ଉପସଭାପତି ସାଥି ଧିରେନ ସାମଲ ଯୋଗଦେଇ ବର୍ତମାନ କେନ୍ଦ୍ରାପଡା ଜିଲ୍ଲାରେ ଯେଉଁଠି ମିତଲ ଷ୍ଟିଲ କମ୍ପାନୀ ତା’ର ପ୍ଲାନ୍ଟ ପ୍ରତିଷ୍ଠା କରିବ ସେଠାରେ ଚାଷୀଙ୍କ ଠାରୁ ସଂମ୍ପୃକ୍ତ କମ୍ପାନୀ ସିଧାସଳଖ ଜମି କ୍ରୟ କରିବା ସହିତ ଏକର ପ୍ରତି ୫୦ଲକ୍ଷ ଟଙ୍କା ପ୍ରଦାନ କରିବା, ଦୀର୍ଘଦିନ ଧରି ଦଖଲ କରୁଥିବା ଜମିର ମୂଲ୍ୟ ଦେବା, କେନ୍ଦ୍ରାପଡା ଜିଲ୍ଲାର ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରାଯିବା ପ୍ରଭୃତି ତଥ୍ୟ ଉପସ୍ଥାପନ କରିଥିଲେ । ଏହି ବୈଠକରେ ହରେକୃଷ୍ଣ ମାଝି, ସୀତାକାନ୍ତ ନାୟକ, ସଞ୍ଜୟ ବସନ୍ତିଆ, ଭଜହରି ପ୍ରଧାନ, ଅକ୍ଷୟ ମଲିକ, ଧରଣୀଧର ସାହୁ, କୁବେର ସାହୁ, ଦାମୋଦର ମଲିକ, ନିରଞ୍ଜନ ଦାସ ପ୍ରମୁଖ ଜିଲ୍ଲାର ୯ଗୋଟି ବ୍ଲକର ନେତୃତ୍ୱ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଚଳିତ ନଭେମ୍ବରମାସ ୩୦ତାରିଖରେ ପୂର୍ବାହ୍ନ ୧୦ଟାରେ ଏକ ବିଶାଳ କୃଷକ ଶୋଭାଯାତ୍ରା ଗୋପଛକ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ସେଠାରେ ସମାବେଶ ହୋଇ ଦାବିପତ୍ର ପ୍ରଦାନ କରାଯିବ । ଏହି ସମାବେଶରେ ଅଖିଳ ଭାରତ କୃଷକ ସଭାର ଜାତୀୟ ସାଧାରଣ ସମ୍ପାଦକ ସାଥି ଅତୁଲ ଅଞ୍ଜନା, ରାଜ୍ୟ ସାଧାରଣ ସମ୍ପାଦକ ସାଥି କ୍ଷୀରୋଦ ସିଂଦେଓ, ରାଜ୍ୟ ସଭାପତି ସାଥି ଶଶି ଭୂଷଣ ସ୍ୱାଇଁ, ସି.ପି.ଆଇ.ର ରାଜ୍ୟ ସାଧାରଣ ସମ୍ପାଦକ ସଂଗ୍ରାମୀନେତା ସାଥି ଅଭୟ ସାହୁ, ସି.ପି.ଆଇ.ର ଜିଲ୍ଲା ସାଧାରଣ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଏ.ଆଇ.ଟି.ୟୁ.ସି.ର ଜିଲ୍ଲା ସଭାପତି ବାବାଜୀ ଧଳ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦିଆଯାଇଛି ।
Home / କୃଷି / କେନ୍ଦ୍ରାପଡାରେ ବୃହତ ଶୀତଳ ଭଣ୍ଡାର ପ୍ରତିଷ୍ଠା, ମିତଲ ଷ୍ଟିଲ ପ୍ଲାନ୍ଟ ପାଇଁ ଜମି ହରାଉଥିବା ଚାଷୀଙ୍କୁ ଉପଯୁକ୍ତ କ୍ଷତିପୁରଣ ଓ ନିଯୁକ୍ତି ଦାବିରେ ୩୦ନଭେମ୍ବରରେ ବିଶାଳ କୃଷକ ସମାବେଶ – ଏ.ଆଇ.କେ.ଏସ.